Only for Entertainment

ପଡ଼ିରହିଛି ୬୫ତମ ନେସନାଲ ଆୱାର୍ଡ଼,ନା କେହି ଗଲେ ନା ସରକାର ପହଂଚାଇଲେ ।

aajtak
0 46

୬୫ତମ ନେସନାଲ ଫିଲ୍ମ ଆୱାର୍ଡ଼ସକୁ କିଛି ବିଜେତା ବହିଷ୍କାର କରିଥିବା ଘଟଣା ନଜର ଆସିଥିଲା ଏବଂ ତାହା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । କିନ୍ତୁ କୌଣସି ଫରକ ପଡ଼ିନଥିଲା ସରକାରଙ୍କୁ । ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ଦେଖାଦେଇ ନଥିଲା । ଦେଢ ମାସ ବିତି ଯାଇଥିଲେ ମଧ୍ୟ ବିଜେତାଙ୍କ ନିକଟରେ ଏହା ପହଂଚିପାରି ନାହିଁ । ଅର୍ଥାତ କୌଣସି ବିଜେତା ଏହାକୁ ନେବା ପାଇଁ ଆସି ନାହାଁନ୍ତି ଏବଂ ସରକାର ମଧ୍ୟ କୌଣସି ବିକଳ୍ପ ଖୋଜି ନାହାଁନ୍ତି ।

୩ ମଇକୁ ହୋଇଥିବା ଏହି ସେରମନୀରେ ପ୍ରାୟ ୬୦ ଜଣ ବିଜେତା ପୁରଷ୍କାର ନେବା ପାଇଁ ପହଂଚିନଥିଲେ । ରାଷ୍ଟ୍ରପତି ରାମନାଥ କୋବିଦଙ୍କ ଦ୍ୱାରା ପୁରଷ୍କାର ଦିଆଯାଇନଥିବାରୁ ବିରୋଧ କରିଥିଲେ । ରାଷ୍ଟ୍ରପତି କେବଳ ୧୧ ଜଣଙ୍କୁ ପୁରଷ୍କାର ଦେଇଥିଲେ । ବାକି ପୁରଷ୍କାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଜ୍ୟବର୍ଦ୍ଧନ ସିଂଙ୍କ ଦ୍ୱାରା ଦିଆଯାଇଥିଲା ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର କହିବା ଅନୁସାରେ ବିଜେତାମାନେ ସେମାନଙ୍କ ପୁରଷ୍କାର ରାଶି ନେଇ ସାରିଛନ୍ତି ଏବଂ ମେଡଲ ମଧ୍ୟ ନେଇଯିବେ । ତେବେ ଏହା ଉପରେ ଏବେ ମଧ୍ୟ କେତେକ ସନ୍ଦେହ ଜାରି ରହିଛି । ତେବେ ବିଜେତାମାନଙ୍କୁ ଧୋକା ଦିଆଯାଇଛି ବୋଲି ପ୍ରତ୍ୟେକ ବିଜେତା କହିଛନ୍ତି । ସେମାନଙ୍କ କହିବା ଅନୁସାରେ ରାଷ୍ଟ୍ରପତି ପୁରଷ୍କାର ଦେବେ ବୋଲି କହିଥିବା ସତ୍ୱେ ତାହା ହୋଇନଥିଲା । ସେମାନେ ଏହା ମଧ୍ୟ କହିଥିଲେଯେ ଏହା ୬୪ ବର୍ଷ ଧରି ହୋଇଆସୁଛି କିନ୍ତୁ ଏହା ଆମର ଇଗୋ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More