Only for Entertainment

ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଯାହା ହେଲା ,ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଏହାକୁ ଘୁଂଚାଯାଇପାରିଥାନ୍ତା:ଶତ୍ରୁଘ୍ନ ସିହ୍ନା ।

zeenews
0 41

ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୀମିତ ଉପସ୍ଥିତି କାରଣରୁ ସମାରୋହକୁ ବହିଷ୍କାର କରିଥିବାରୁ ବିଜେତାଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି । ସିହ୍ନା କହିଲେ ଯାହା ବି ହେଲା ଖୁବ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଏବଂ ଏହାକୁ ଘୁଂଚାଇ ଦିଆଯାଇପାରିଥାନ୍ତା । ସେ କହିଲେଯେ ମୁଁ ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛି । ସେ ଖୁବ ଭଲ ଲୋକ । ସେ ବିହାରର ରାଜ୍ୟପାଳ ଥିଲେ । ମୁ ବିଶ୍ୱାସ କରୁଛିଯେ କାହାକୁ ଦୁଃଖ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଦୁର୍ଭାଗ୍ୟବଶତଃ କିମ୍ବା ଭୁଲବଶତଃ ସମସ୍ତଙ୍କ ଭାବନାକୁ କଷ୍ଟ ପହଂଚିଛି ।

ଶତ୍ରୁଘ୍ନ କହିଲେଯେ ଏହା ହେବାର ନଥିଲା । ଦେଶର କଳାକାର ରାଷ୍ଟୀୟ ଗର୍ବ । ତାଙ୍କୁ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କୃତ କରିବାର ଥଲା । ତେବେ ସ୍ମୃତି ଈରାନୀଙ୍କୁ ନେଇ ସେ କହିଛନ୍ତିଯେ ସେ ମଧ୍ୟ ଖୁବ ଭଲ । ରାଷ୍ଟ୍ରପତି ତାଙ୍କୁ ବିକଳ୍ପ ଭାବରେ ବାଛିଥିବା କଥା ମଧ୍ୟ ଠିକ । ସେ ଭାରତୀୟ ଜନତା ପାର୍ଟିର ଜଣେ ଯୋଗ୍ୟ ସଦସ୍ୟ । ତେବେ ରାଷ୍ଟ୍ରପତି ପୁରସ୍କାର ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ କେହି ବିତରଣ କହିବା ଠିକ ନୁହେଁ । ଏହାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟକ୍ତିଗତ ଭାବରେ ଦେବା ଉଚିତ,କାରଣ ଏହା ସେତିକି ଖାସ ।

ସେ ଏହା ମଧ୍ୟ କହିଛନ୍ତିଯେ ସମସ୍ତେ ସମାନ । ତେବେ କେବଳ ୧୦ ବା ୧୧ଜଚ୍ଚଙ୍କୁ କିପରି ଦିଆଗଲା । ତେବେ ଏଥର ଏଭଳି ପରମ୍ପରା କାହିଁକି ଭାଙ୍ଗିଗଲା ବୋଳି ମଧ୍ୟ ସେ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More