Only for Entertainment

ଆହତ ବାଘର ଫଟୋ ଉଠାଇବା ପାଇଁ ଭିଡ ଜମିଥିବା ବେଳେ ହେଲା କିଛି ଏଭଳି, ଦେଖନ୍ତୁ ଭିଡିଓ !

379

ରାସ୍ତାକଡ଼ରେ ପଡ଼ିଥିବା ଏକ ଆହତ ବାଘର ଫଟୋ ଉଠାଇବା ଘଟଣା ଜନୈକ ଯୁବକଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଆହତ ବାଘଟି ହଠାତ୍‌ ଅତର୍କିତ ଭାବେ ଉଠିପଡ଼ି ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି। ବାଘ ଆକ୍ରମଣରେ ଗୁରୁତର ହୋଇ ବ୍ୟକ୍ତି ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଏହି ଘଟଣା ଆଜି ଅପରାହ୍ଣରେ ପଶ୍ଚିମବଙ୍ଗର ଅଲୀପୁରଦୁରା ଅଞ୍ଚଳରେ ଘଟିଛି। ଅପରପକ୍ଷରେ ଏହି ପୂରା ଘଟଣାର ଭିଡିଓ ଚିତ୍ରକୁ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ନିଜ ଟୁଇଟର ହାଣ୍ଡେଲରେ ଛାଡ଼ିବା ପରେ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଗୋଟିଏ କଲରାପତରିଆ ଗୁରୁତର ଭାବେ ଆହତ ହୋଇ ଆସି ଅଲୀପୁରଦୁରା ରାସ୍ତାକଡ଼ରେ ପଡ଼ିଥିଲା। ଆହତ ବାଘଟିକୁ ଶହଶହ ଦେଖଣାହାରୀ ରାସ୍ତା ଉପରେ ଦୂରରୁ ଠିଆ ହୋଇ ଦେଖୁଥିଲେ। ତେବେ, ଏହି ସମୟରେ ଦେଖଣାହାରୀଙ୍କ ମଧ୍ୟରୁ ଜଣେ ଯୁବକ ବାଘଟିର ଅତି ନିକଟକୁ ଚାଲିଯିବା ସହ ନିଜ ମୋବାଇଲରେ ବାଘଟିର ଫଟୋ ଉଠାଉ ଥିଲେ। ହେଲେ ଏହି ସମୟରେ ମୃତପ୍ରାୟ ଅବସ୍ଥାରେ ପଡ଼ିଥିବା ବାଘଟି ହଠାତ୍‌ ଉଠିପଡ଼ି ଫଟୋ ଉଠାଉଥିବା ଯୁବକଙ୍କ ଉପରକୁ ଲମ୍ଫ ପ୍ରଦାନ କରିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ତେବେ, ସୌଭାଗ୍ୟକ୍ରମେ ଯୁବକ ଜଣକ ବାଘ ଆକ୍ରମଣରୁ ବଞ୍ଚି ଯାଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More