Only for Entertainment

ଆଜି ଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ ! ଶୁଭ ମୁହୁର୍ତ୍ତରେ କରନ୍ତୁ କିଣା କିଣି, ମିଳିବ ଲାଭ

The Statesman
50

ଆଜି ଅର୍ଥାତ ୨୯ ସେପ୍ଟେମ୍ବର ରବିବାରରୁ ସନାତନ ଧର୍ମର ସବୁଠାରୁ ବଡ ପର୍ବ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେଉଛି । ଆଜି କଳସ ସ୍ଥାପନା ସହିତ ଶକ୍ତିଙ୍କ ୯ଟି ରୂପର ପୂଜା ଅର୍ଚ୍ଚନା ଆରମ୍ଭ ହେବ । କିଛି ଲୋକେ ନଅ ଦିନ ବ୍ରତ ରଖିଥାନ୍ତି ତ କିଛି ଲୋକେ ଅଷ୍ଟମୀ ବ୍ରତ ପାଳନ କରିଥାନ୍ତି । ଚଳିତ ବର୍ଷ ନବରାତ୍ରୀରେ ଅନେକ ଶୁଭ ସମୟ ଏବଂ ଯୋଗ ରହିଛି । କୁହାଯାଏ ଏହି ଶୁଭ ସମୟରେ କିଣା କିଣି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।

ନବରାତ୍ରୀ ଆରମ୍ଭ ହେବା ସହିତ ଭିଭିନ୍ନ ସପିଂ ସେଣ୍ଟର, ମଲ ଏବଂ ଅନ ଲାଇନରେ ପୂଜା ସେଲ ଲାଗିଥାଏ ଏବଂ ଆକର୍ଷଣୀୟ ଅଫର ମଧ୍ୟ ମିଳିଥାଏ । ଚଳିତ ବର୍ଷ କିଣାକିଣି କରିବାର ଶୁଭ ସମୟ ଥିବାରୁ ଆପଣ ବିନା ସଂକୋଚରେ ହିଁ କିଣାକିଣି କରିପାରିବେ ।

ଯେଉଁ ବସ୍ତୁ ପାଇଁ ଶୁଭ ଯୋଗ ରହିଛି ତାହା ହେଉଛି ବାହାନ, ଭୂମି ଅଥବା ଭବନ, ଆଭୁଷଣ, ଇଲେକ୍ଟ୍ରୋନିକ୍ସ ବସ୍ତୁ । ଏହା ସହିତ ପୋଷାକ ଏବଂ ରୋଷେଇ ଘରର ଉପଯୋଗୀ ବସ୍ତୁ । ଏହି ସବୁ ବସ୍ତୁ ଆପଣ ବିନା ସଂକୋଚରେ କିଣି ପାରିବେ । ଶକ୍ତିର ପର୍ବ ହୋଇଥିବାରୁ ଏହି ସମୟରେ ଆପଣ ଅସ୍ତ୍ର-ଶସ୍ତ୍ର, ଲୁହା ଜିନିଷ ମଧ୍ୟ କିଣି ପାରିବେ । ଏହି ଯୋଗରେ କିଣାଯାଇଥିବା ବସ୍ତୁ ଭବିଷ୍ୟତରେ ମଧ୍ୟ ଆପଣଙ୍କର ଲାଭରେ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More