Only for Entertainment

ଜାଣନ୍ତୁ ନବରାତ୍ରୀ ପାଳନ କରିବାର ସଠିକ ନିୟମ ।

betahindi
11

ଆରମ୍ଭ ହୋଇଯାଇଛି ନବରାତ୍ରୀ । ଏହି ନଅଟି ଦିନରେ ମା ଦୁର୍ଗାଙ୍କର ବିଭିନ୍ନ ସ୍ୱରୂପକୁ ପୂଜା କରାଯାଇଥାଏ । ଏହି ପର୍ବକୁ ପୂର ଦେଶ ହସଉଲ୍ଲାସ ସହିତ ପାଳନ କରିଥାନ୍ତି , ବ୍ରତ ମଧ୍ୟ ରଖିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ନବରାତ୍ରୀ ପୂଜାକୁ ସଫଳ କରିବା ପାଇଁ ଜ୍ୟୋତିସ ଶାସ୍ତ୍ରରେ କିଛି ନିୟମ ରହିଛି । ଆସନ୍ତୁ ଜାଣିବା…

  • ମା’ଙ୍କ ପୂଜା ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ‘ନବରାତ୍ରୀ’ରେ ସବୁଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଓ ଚାଉଳ ଚୂନାରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତିସହଜରେ ପ୍ରବେଶ କରିପାରିବେ ନାହିଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।
  • ଜ୍ୟୋତିଷ ଶାସ୍ତ୍ରରେ ଐଶାନ୍ୟ କୋଣକୁ ହିଁ ଦେବୀ ଓ ଦେବତାଙ୍କ ବାସସ୍ଥାନ ବୋଲି କୁହାଯାଇଛି। ତେଣୁ ‘ନବରାତ୍ରୀ’ରେ ମା’ଙ୍କ ପ୍ରତିମାକୁ କିମ୍ବା କଳସ ସ୍ଥାପନକୁ ଏହି ଦିଗରେ ହିଁ କରିବା ଉଚିତ୍‌। ଏହି ଦିଗରେ ସକରାତ୍ମକ ଶକ୍ତିଙ୍କର ସବୁଠୁ ଅଧିକ ପ୍ରଭାବ ଥାଏ।
  • ଯଦି ଆପଣ ପୂରା ୯ ଦିନ ଯାଏ ଅଖଣ୍ଡ ଜ୍ୟୋତି ଜାଳି ରଖନ୍ତି, ତେବେ ଏହାକୁ ଆଗ୍ନେୟ କୋଣରେ ରଖିବା ଉଚିତ୍‌। କାରଣ ଆଗ୍ନେୟ କୋଣ ଅଗ୍ନି ତତ୍ତ୍ୱର ପ୍ରତିନିଧିତ୍ୱ କରିଥାଏ। ଏପରି କରିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି ଆସିବା ସହ ଶତ୍ରୁଙ୍କ ଉପରେ ବିଜୟ ଲାଭ ମିଳିଥାଏ।
  • ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦନକୁ ଶୁଭ ଓ ସକରାତ୍ମକ ଶକ୍ତିର କେନ୍ଦ୍ରବିନ୍ଦୁ ଭାବେ ବିବେଚନା କରାଯାଏ। ତେଣୁ ଯେଉଁ ଭକ୍ତ ଚନ୍ଦନ କାଠର ଖଟୁଲିରେ ମା’ଙ୍କ ପ୍ରତିମା ସ୍ଥାପନା କରନ୍ତି, ତାଙ୍କୁ ଶୁଭଫଳ ମିଳିଥାଏ।
  • ‘ନବରାତ୍ରୀ’ରେ ମା’ଙ୍କ ପୂଜା ବେଳେ ଭକ୍ତଙ୍କ ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବା ଉଚିତ୍। କାରଣ ପୂର୍ବ ଦିଗକୁ ଶକ୍ତି,ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ।
  • ‘ନବରାତ୍ରୀ’ର ୯ ଦିନଯାଏ ସମସ୍ତ ଦେବୀ ପ୍ରତିମାଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ଓ ପୂଜା ସାମଗ୍ରୀ ଅର୍ପଣ କରିବା ଉଚିତ୍।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More