Only for Entertainment

ନବରାତ୍ରୀରେ ଖିଆଯାଏ ନାହିଁ ପିଆଜ ରସୁଣ, ଜାଣନ୍ତୁ ଏହାର କାରଣ !

22

ଏବେ ନବରାତ୍ରୀ ଚାଲିଥିବା ବେଳେ ଲୋକେ ଉପବାସ କରି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଫଳ, ପନିପରିବା, କୁଟ୍ଟୁ ଆଟା, ସାବୁଦାନା, ସମକ ଚାଉଳ ଇତ୍ୟାଦି ଖାଇ ଲୋକେ ଉପବାସ କରୁଥିବା ଦେଖାଯାଉଛି । ଏହି ୯ଦିନ ଲୋକେ କେବଳ ଫଳ ଖାଇବା ସହ ପିଆଜ ଓ ରସୁଣଙ୍କୁ ନିଜ ଡାଏଟ୍‌ରୁ ହଟାଇ ଦେଇଥାନ୍ତି । ଏଭଳି କରିବା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଆୟୁର୍ବେଦ ଅନୁଯାୟୀ ଖାଦ୍ୟକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା ରାଜସିକ ଭୋଜନ ଦ୍ୱିତୀୟଟି ହେଲା ତାମସିକ ଭୋଜନ ଏବଂ ତୃତୀୟଟି ହେଲା ସାତ୍ୱିକ ଭୋଜନ । ନବରାତ୍ରୀ ଉପବାସ ସମୟରେ ଲୋକେ ସାତ୍ୱିକ ଭୋଜନ ଗ୍ରହଣ କରିଥାନ୍ତି । କାରଣ ନବରାତ୍ରୀ ଅକ୍ଟୋବର-ନଭେମ୍ବର ମାସରେ ପଡ଼େ । ଏହି ସମୟରେ ଋତୁ ବଦଳିବା ସହ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ରହିଥାଏ । ଏଭଳି ପରିସ୍ଥିତିରେ ସାତ୍ୱିକ ଖାଦ୍ୟ ଖାଇବା ଦ୍ୱାରା ପାଚନକ୍ରିୟାକୁ ଶାନ୍ତି ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ନବରାତ୍ରୀ ସମୟରେ ଲୋକେ ପିଆଜ ଓ ରହୁଣ ଖାଇବା ବନ୍ଦ କରି ଦେଇଥାନ୍ତି । କାରଣ ଏହା ତାମସିକ ଭୋଜନରେ ଯାଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ଉତ୍ତାପ ବଢ଼ିବା ସହ ଲୋକେ ନିଜର ଇଚ୍ଛା ଓ ପ୍ରାଥମିକତା ଭିତରେ ପାର୍ଥକ୍ୟ ଜାଣି ପାରନ୍ତି ନାହିଁ । ଏହା ସହ ନିଜର ଲକ୍ଷ ଉପରେ ସେମାନେ ଧ୍ୟାନ ଦେଇ ପାରନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More