Only for Entertainment

ଘରୋଇ ହିଂସାର ଶିକାର ହୋଇଛନ୍ତି ଗୋବିନ୍ଦାଙ୍କ ଭାଣଜୀ, ସୋସିଆଲ ମିଡିଆରେ ଦେଲେ ସଙ୍କେତ

TellyChakkar
40

ଅଭିନେତା ଗୋବିନ୍ଦାଙ୍କ ଭାଣଜୀ ତଥା ଟିଭି ଅଭିନେତ୍ରୀ ସୌମ୍ୟା ସେଠ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଏବେ ସେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କିଛି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଟିଭି ଶୋ’ ନବ୍ୟା ଫେମ ଅଭିନେତ୍ରୀ ସୌମ୍ୟା ସେଠ ନିଜ ଇଂଷ୍ଟାଗ୍ରାଜେର ଏକ ଫଟୋ ସୋୟାର କରି ଘରୋଇ ହିଂସାର ଶିକାର ହୋଇଥିବା ସଙ୍କେତ ଦେଇଛନ୍ତି ।

 

 

View this post on Instagram

 

8 years ago when I took up Navya I was 21 years old girl… wanted the world to believe in love !!! Wanted to heal the world with love !! I believed everyone deserves love and to be loved. I was in my own country. I lived with my parents who protected me from everything evil. I have grown up – I have seen violence, I have seen illicit drugs (including coccaine), I have seen hate, I have seen jealously, I have seen injustice, emotional manipulation’s and physical abuse! I have seen Beautiful Faces with ugly hearts. People who look well but are sick in heart and mind. 8 years after doing Navya I believe- Prince Charming is the most trashy concept as of today!! Girls just need to listen to their own hearts and believe that they are a women with substance and their happiness should not depend on any guy. Today I can tell being honest is expensive and worthless and painful and stupid. All that being said Navya was a beautiful dream and I am grateful that I got a chance to live it for few days!! Some of the Most memorable days of my life !! Grateful forever!! Amm ladki ki Khaas Kahaani!!

A post shared by Somya (@somyaseth) on

ସୌମ୍ୟା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି- ‘୮ ବର୍ଷ ପୂର୍ବେ ଯେବେ ମୁଁ ନବ୍ୟା ସିରିଅଲ ଆରମ୍ଭ କରିଥିଲି ସେତେବେଳେ ମୁଁ ୨୧ ବର୍ଷର ଥିଲି । ଚାହୁଁଥିଲି ଦୁନିଆ ପ୍ରେମ ଉପରେ ବିଶ୍ୱାସ କରେ । ପ୍ରେମ ଦ୍ୱାରା ଦୁନିଆକୁ ଠିକ କରିବା ପାଇଁ ଚାହୁଁଥିଲି । ମୁଁ ଭାବୁଥିଲି ସମସ୍ତେ ପ୍ରେମର ହକଦାର । ମୁଁ ମୋ ନିଜ ଦେଶରେ ଥିଲି । ମୋ ପିତା ମାତାଙ୍କ ସହିତ ଥିଲି । ସେମାନେ ମୋତେ ପ୍ରତ୍ୟେକ ଅସୁବିଧାରୁ ବଂଚାଉଥିଲେ ।

ମୁଁ ବଡ ହୋଇସାରିଛି । ମୁଁ ହିଂସା ଦେଖିଛି । ଡ୍ରଗ୍ସ ନେବା ଦେଖିଛି । ମୁଁ ଘୃଣା ଦେଖିଛି । ମୁଁ ଇର୍ଷା ଦେଖିଛି । ମୁଁ ଅନ୍ୟାୟ, ଠକାମୀ ଏବଂ ଶାରୀରିକ ଶୋଷଣ ଦେଖିଛି । ଏହା ସହିତ ଖରାପ ହୃଦୟ ସହିତ ସୁନ୍ଦର ଚେହେରା ମଧ୍ୟ ଦେଖିଛି । ଯେଉଁମାନେ ଭଲ ଦେଖାଯାଇଥାନ୍ତି କିନ୍ତୁ ହୃଦୟ ଏବଂ ମସ୍ତିଷ୍କରୁ ରୋଗୀଣା ଥାନ୍ତି ।

 

 

View this post on Instagram

 

????They say VIRGINIA IS FOR LOVERS ???during fall you realize why ??#virginiaisforlovers ? @theboyak

A post shared by Somya (@somyaseth) on

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବ୍ୟା କରିବାର ୮ ବର୍ଷ ପରେ ମୋ ମତରେ ପ୍ରିନ୍ସ ଚାର୍ମିଙ୍ଗ କନସେପ୍ଟ ବେକାର ଅଟେ ! ଝିଅମାନଙ୍କୁ ବେକଳ ନିଜ ହୃଦୟର କଥା ଶୁଣିବା ଆବଶ୍ୟକ । ତାଙ୍କର ଖୁସି କୌଣସି ପୁରୁଷଙ୍କ ଉପରେ ନିର୍ଭର ହେବା କଥା ନୁହେଁ । ଆଜି ମୁଁ କହିପାରିବି ସଚୋଟ ହେବା ସବୁଠାରୁ ମହଙ୍ଗା, ବେକାର, କଷ୍ଟଦାୟକ ଏବଂ ବୋକା ଅଟେ ।
ନବ୍ୟା ଏକ ସୁନ୍ଦର ସ୍ୱପ୍ନ ଥିଲା । ଏବଂ ମୁଁ କୃତଜ୍ଞ କି ମୋତେ କିଛି ଦିନ ବଂଚିବାର ମଉକା ମିଳିଲା !! ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ ! ସବୁଦିନ ପାଇଁ କୃତଜ୍ଞ !! ଏକ ସାଧାରଣ ଝିଅର ସତ କାହାଣୀ !!’

 

 

View this post on Instagram

 

#momlife with the #cutestbabyever ? @theboyak

A post shared by Somya (@somyaseth) on

କହିରଖୁଛୁ ଯେ, ସୌମ୍ୟା ସେଠ ଜାନୁଆରୀ ୨୦୧୭ରେ ବୟଫ୍ରେଣ୍ଡ ଅରୁଣ କପୁରଙ୍କୁ ବିବାହ କରିଥିଲେ । ଅଗଷ୍ଟ ୨୦୧୭ରେ ସେ ଏକ ବେବି ବୟକୁ ଜନ୍ମ ଦେଇଥିଲେ । ଗତ ବର୍ଷ ଜୁନରେ ଅରୁଣଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଏବେ ସେ ନିଜ ପୁଅ ସହିତ ନୂଆ ଘରେ ରହୁଛନ୍ତି । ସୌମ୍ୟା ନିଜ ପୁଅ ଏବଂ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏବେ ସେ ନିଜ ଆକାଉଣ୍ଟରୁ ଅରୁଣଙ୍କ ଫଟୋ ସବୁକୁ ହଟାଇ ଦେଇଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More