Only for Entertainment

ବିଦେଶ ମାଟିରେ ଚମକିଲେ ବଲିଉଡର ଭର୍ସାଟାଇଲ କଳାକାର ନୱାଜୁଦ୍ଦିନ

mashable india
21

କେବେ କମେଡି ତ ପୁଣି କେବେ ଦମଦାର ଡାଇଲଗ ।ଆଉ କେବେ ସିରିୟସ ରୋଲ କରି ଦର୍ଶକଙ୍କୁ ଭରପୁର ମନୋରଞ୍ଜ ନ ଦେଇଛନ୍ତି ବିଟାଉନର ଅଲରାଉଣ୍ଡର କଳାକାର ନୱାଜୁଦ୍ଦିନ ସିଦିକି ।ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇବା ପାଇଁ ନୱାଜଙ୍କୁ ବେଶ ସଂର୍ଘଷ ମଧ୍ୟ କରିବାକୁ ପଡିଛି ।ତେବେ ଦୀର୍ଘଦିନର ତାଙ୍କର ସଂର୍ଘଷ ଏବେ ସଫଳତା ସାଉଁଟିଛି । ନିକଟରେ ଭର୍ସାଟାଇଲ ଆକ୍ଟରଙ୍କୁ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ କରାଯାଇଛି । ଏଇଟି କହି ରଖିଛୁ ଜଣେ ମାତ୍ର ବଲିଉଡ କଳାକାରଭାବେ ନୱାଜଙ୍କୁ ମିଳିଛି ଏହି ସମ୍ମାନ।

ବିଦେଶମାଟିରେ ଚମକିଲେ ବଲିଉଡର ଭର୍ସାଟାଇଲ କଳାକାର ନୱାଜୁଦ୍ଦିନ ସିଦିକି । କଳାକାରଙ୍କୁ ମିଳିଲା ଗୋଲଡେନ ଡ୍ରାଗ୍ନ ଆୱାର୍ଡ । କାର୍ଡିଫ ଇଂଟରନ୍ୟାଶନାଲ ଆୱାର୍ଡ ସେରୋମୋନିରେ ନୱାଜୁଦ୍ଦିନଙ୍କୁ ଡ୍ରାଗନ ଆୱାର୍ଡରେ ସମ୍ମାନିତ କରାଯାଇଛି । ଲଣ୍ଡନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜନେତା ମିକ ଆନ୍ଥୋନିୟୁ ନୱାଜଙ୍କ ଡ୍ରାଗନ ଆୱାର୍ଡ ପ୍ରଦାନ କରିଛନ୍ତି । ବଲିଉଡ ଫିଲ୍ମ ଗ୍ୟାଙ୍ଗ ଅଫ ୱାସେପୁରରେ ଦମଦାର ଅଭିନୟ ପାଇଁ ତଥା ହିନ୍ଦୀ ଫିଲ୍ମ ଦୁନିଆରେ ଅତୁଳନୀୟ ଯୋଗଦାନ ପାଇଁ ଅଭିନେତାଙ୍କୁ ଏହି ଆୱାର୍ଡ ଦିଆଯାଇଛି ।

ଲଣ୍ଡନ ସ୍ଥିତି କାର୍ଡିଫ ୟୁନିଭରର୍ସିଟି ପକ୍ଷରୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ତେବେ ଆୱାର୍ଡ ପାଇବା ପରେ ଟୁଇଟ କରି ନିଜ ଖୁସି ପ୍ରକାଶ କରିବା ସହ କାର୍ଡିଫ କମିଟିକୁ ସେ ଧନ୍ୟବାଦ ଜଣାଇଛନ୍ତି । ଗ୍ୟାଙ୍ଗ୍ ଅଫ ୱାସେପୁର ଓ ଏହାର ପାର୍ଟ ଟୁ । ଦୁଇଟି ଭାଗରେ ଅଭିନୟ କରିଥିଲେ ନୱାଜ । ଫୈଜଲ ଖାନ ଜଣେ ଗ୍ୟାଙ୍ଗଷ୍ଟର ଭୁମିକାରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ସହ ତାଙ୍କୁ ବଲିଉଡରେ ନୂଆ ପରିଚୟ ମଧ୍ୟ ଦେଇଥିଲା । ସତ୍ୟ କାହାଣୀକୁ ଆଧାର କରି ଏହି ବଲିଉଡ ଫିଲ୍ମର ନିର୍ମାଣ କରାଯାଇଥିଲା । ପାର୍ଟ ୱାନର ସଫଳତା ପରେ ମେକର ଏହାର ୨ୟ ଭାଗ ମଧ୍ୟ ନିର୍ମାଣ କରିଛନ୍ତି । । ବର୍ତ୍ତମାନ ନେଟଫ୍ଲିକ୍ସର ସାକ୍ରେଡ ଗେମ୍ସରେ ନୱାଜଙ୍କୁ ଦେଖିବାକୁ ମିଳୁଛି । ଆଗକୁ କମେଡି ଡ୍ରାମା ଫିଲ୍ମ ମୋତିଚୁର ଚକନାଚୁରରେ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ସହ ସେ ନଜର ଆସିବେ ନୱାଜୁଦ୍ଦିନ ସିଦିକି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More