Only for Entertainment

ସୁଟିଂ ପୂର୍ବରୁ ଏହି ସୁନ୍ଦରୀ ପାକିସ୍ତାନ ସିଙ୍ଗରଙ୍କ ଗୀତ ଶୁଣୁଥିଲେ ନବାଜୁଦ୍ଦିନ ସିଦ୍ଦିକି

bollywood tadka
58

ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ନିକଟରେ ଅରବାଜ ଖାନଙ୍କ ଶୋ’ ‘କ୍ୱିକ ହିଲ ପିଂଚ’ରେ ପହଁଚିଥିଲେ । ଏହି ଶୋ’ରେ ନବାଜ ନିଜ ଜୀବନ ସହ ଜଡିତ ଅନେକ ବିଷୟରେ ଖୁଲାସା କରିଥିଲେ । ଶୋ’ରେ ଯେବେ ନବାଜଙ୍କୁ ପଚରାଗଲା ଆପଣଙ୍କ ମନପସନ୍ଦର ସୋସିଆଲ ମିଡିଆ ପ୍ଲାଟଫର୍ମ କେଉଁଟା ? ଏହାର ଉତ୍ତରରେ ନବାଜ କହିଥିଲେ ମୋର କେବଳ ଗୋଟିଏ ଅଭ୍ୟାସ ରହିଛି ଯେବେ ମୁଁ ଯେବେ ବି ଫ୍ରି ଥାଏ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଶୁଣେ ।

ନବାଜ ଆହୁରି ମଧ୍ୟ କହିଥିଲେ ସେ ଛଅ ମାସ ପର୍ଯ୍ୟନ୍ତ ଗୋଟିଏ ସିଙ୍ଗରଙ୍କ ପଛରେ ପଡିଥାନ୍ତି । ନବାଜ କହିଥିଲେ, ସେ ମଣ୍ଟୋର ସୁଟିଂ ବେଳ କେବଳ ଗୋଟିଏ ଗୀତ ଶୁଣୁଥିଲି । ତାହା ହେଉଛି ପାକିସ୍ତାନୀ ସିଙ୍ଗର ମୋମିନା ମୁସ୍ତହସନଙ୍କର ଗୀତ ‘ତେରା ବୋ ପ୍ୟାର’ । ଏହି ଗୀତକୁ ଶୁଣି ନବାଜ ପୂରା ଫିଲ୍ମର ସୁଟିଂ କରିଥିଲେ ବୋଲି ଶୋ’ରେ ଖୁଲାସା କରିଥିଲେ । ଏହା ସହିତ ସେ କହିଥିଲେ ଯେବେ ବି ନବାଜ କୈଣସି ସିନର ସୁଟ କରିବା ପାଇଁ ବାହରୁଥିଲା ତାହା ପୂର୍ବରୁ ଏହି ଗୀତକୁ ଶୁଣୁଥିଲେ ।

pic

ଫିଲ୍ମ ବିଷୟରେ କହିବାକୁ ଗଲେ ନବାଜୁଦ୍ଦିନ ଏବେ ନିଜର ଆଗାମୀ ଫିଲ୍ମ ‘ରାତ ଅକେଲୀ ହେ’ର ସୁଟିଂ ପୂରା କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହନି ତ୍ରେହାନ । ସେ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି । ଏହି ଫିଲ୍ମରେ ନବାଜ ରାଧିକା ଆପ୍ଟେଙ୍କ ସହିତ ରୋମାନ୍ସ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More