Only for Entertainment

ସେଲ୍ଫି ପାଇଁ ନୱାଜୁଦ୍ଦିନଙ୍କ ବେକକୁ ଟାଣିଲେ ଫ୍ୟାନ, ହାତ ଫ୍ରାକଚର ।

aajtak
45

ବଲିଉଡର ପ୍ରସିଦ୍ଧ କଳାକଳାରଙ୍କ ମଧ୍ୟରେ ପରିଚିତ ହୋଇଥିବା ନୱାଜୁଦ୍ଦିନ ସିଦ୍ଦିକୀଙ୍କୁ ନେଇ ଆସିଛି ଏକ ଖରାପ ଖବର । ନିକଟରେ ଏକ ଇଭେଂଟ ପାଇଁ ନୱାଜୁଦ୍ଦିନ କାନୁପୁରରେ ପହଂଚିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦର୍ଶକଙ୍କ ଖୁବ ଭିଡ଼ ଜମିଥିଲା । ସେଥିପାଇଁ ଖାସ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । କିନ୍ତୁ ଏହି ସମୟରେ କିଛି ଏଭଳି ହେଲା ଯେଉଁଥିରେ ଆଘାତ ପାଇଲେ ନୱାଜୁଦ୍ଦିନ ।
ନୱାଜୁଦ୍ଦିନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡ଼ିଓ କାନପୁର ସହରର କୌଣସି ଏକ ଇଭେଂଟର । ରିପୋର୍ଟ ଅନୁସାରେ ନୱାଜୁଦ୍ଦିନ କାନୁପରରେ ଆୟୋଜିତ ଏକ ଇଭେଂଟରେ ଯୋଗ ଦେଇ ବାହାରକୁ ବାହାରିବା ସମୟରେ ଫ୍ୟାନ୍ସ ତାଙ୍କୁ ଘେରି ନେଲେ । ସେହି ସମୟରେ କୌଣସି ଜଣେ ଫ୍ୟାନ ସେଲ୍ଫି ନେବା ପାଇଁ ନୱାଜଙ୍କ ଗଳାକୁ ଧରି ନିଜ ପାଶ୍ୱର୍କୁ ଟାଣିନେଲେ ।

 

View this post on Instagram

 

Crazy selfie fan #nawazudinsiddiqui #kanpur

A post shared by Viral Bhayani (@viralbhayani) on

 

ଏଭଳି ପରିସ୍ଥିତି ଦେଖି ଉପସ୍ଥିତ ସିକ୍ୟୁରିଟି ତାଙ୍କୁ ସେଠାରୁ ନେଇଗଲେ, କିନ୍ତୁ ଏହି ମଧ୍ୟରେ ନୱାଜଙ୍କ ହାତ ଫ୍ରାକଚର ହୋଇଗଲା ।
ଏହି ଘଟଣାକୁ ନେଇ ନୱାଜଙ୍କ ପ୍ରତିକ୍ରିୟା ରହିଛି ସଂପୂର୍ଣ୍ଣ ଭିନ୍ନ । ଯେଉଁଥିରେ ସେ କହିଛନ୍ତିଯେ ଅବଶ୍ୟ ତାଙ୍କ ଧରିବାର ପ୍ରଣାଳୀ ଭୁଲ ଥିଲା, କିନ୍ତୁ ଏହା ତାଙ୍କ ଭଲପାଇବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More