Only for Entertainment

ତାପସୀଙ୍କ ବୟାନକୁ ନେଇ ମୁହଁ ଖୋଲିଲେ ନୱାଜୁଦ୍ଦିନ୍, କହିଲେ କଥାରେ ସତ୍ୟତା ନାହିଁ ।

DNA India
0 41

ଅନେକ ଦିନ ଧରି ଖବର ଶୁଣିବାକୁ ମିଳୁଥିଲା ଅଭିନେତ୍ରୀ ତାପସୀ ପନ୍ନୁ, ନୱାଜୁଦ୍ଦିନ୍ ସିଦ୍ଧିକିଙ୍କ ସହ ଏକ ଥ୍ରୀଲ୍ ଫିଲ୍ମରେ ଅଭିନୟ କରିବା ପାଇଁ ମନା କରି ଦେଇଥିଲେ । ତେବେ ଏ ବିଷୟରେ ଯେତେବେଳେ ଅଭିନେତା ନୱାଜୁଦ୍ଦିନ୍ଙ୍କୁ ପଚରା ଗଲା ସେ କହିଥିଲେ, ତାଙ୍କୁ ଏଭଳି କିଛି ସିନେମାର ଅଫର୍ ହିଁ ଆସିନି । ତାପସୀଙ୍କ ଦ୍ୱାରା ହୋଇଥିବା ଏହିପରି ଏକ ବୟାନକୁ ନେଇ ନୱାଜୁଦ୍ଦିନ୍ ନିକଟରେ ଟ୍ୱିଟ୍ କରି ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି, ମୁଁ ଶୁଣିବାକୁ ପାଇଲି, ଜଣେ ନାୟିକା ମୋ ସହ ଥ୍ରୀଲର୍ ଫିଲ୍ମରେ କାମ କରିବାକୁ ମନା କରିଦେଇଛନ୍ତି । ତେବେ ଆପଣଙ୍କୁ ମୁଁ କହିବାକୁ ଚାହୁଁଛି, ସେଭଳି କୌଣସି ସିନେମାର ଅଫର୍ ମତେ ମିଳିନି । ଏହି କଥାରେ କୌଣସି ସତ୍ୟତା ନାହିଁ ବୋଲି ନୱାଜୁଦ୍ଦିନ୍ ନିଜ ଟ୍ୱିଟ୍ରେ କହିଛନ୍ତି ।


ଉଲ୍ଲେଖଯୋଗ୍ୟ ଯେ ନିର୍ଦ୍ଦେଶକ ହଦି ତ୍ରେହନ ଏକ କ୍ରାଇମ୍ ଥ୍ରିଲରକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ନଓ୍ଵାଜୁଦ୍ଦିନଙ୍କ ସହ ତାପସୀଙ୍କୁ ନେବା ବୋଲି ମନସ୍ଥ କରିଥିବା ବେଳେ ତାପ୍ସୀ ଏହି ଫିଲ୍ମ କରିବା ପାଇଁ ସିଧା ସିଧା ମନା କରି ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ଫିଲ୍ମରେ ତାଙ୍କ ବିପକ୍ଷରେ ନଓ୍ଵାଜୁଦ୍ଦିନ୍ ଥିବା ଜାଣି ସେ ଏପରି କରିଥିବା ସୂଚନା ମିଳିଥିଲା। କିନ୍ତୁ ସେ ଏପରି କ’ଣ ପାଇ କରିଛନ୍ତି ଏ ନେଇ ତାପସୀ ନିଜ ଆଡ଼ୁ କୌଣସି ସ୍ପଷ୍ଟୀକରଣ ଦେଇନଥିଲେ। ଅନ୍ୟ ପକ୍ଷରେ ତାପସୀଙ୍କ ଏପରି ବ୍ୟବହାରକୁ ନେଇ ନିର୍ଦ୍ଦେଶକ ଏବଂ ପ୍ରଶଂସକ ଖୁସି ନ ଥିବା ଖବର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More