Only for Entertainment

ଭିଲେନ ଭାବରେ ନୁହେଁ ପ୍ରଥମ ଥର ଦେଶୀ ଷ୍ଟାଇଲରେ ର‌୍ୟାପ କରୁଥିବାର ନଜର ଆସିଲେ ନୱାଜୁଦ୍ଦିନ ସିଦ୍ଦିକୀ

aajtak
42

ନୱାଜୁଦ୍ଦିନ ସିଦ୍ଦିକୀ ବଲିଉଡର ପ୍ରସିଦ୍ଧ ଆକ୍ଟର ମାନଙ୍କ ମଧ୍ୟରୁ ଜଣେ । ସେ ଜବରଦସ୍ତ ଅଭିନୟ ସହିତ ମୁନ୍ନା ମାଇକେଲରେ ଡ୍ୟାନ୍ସର ଜଲୱା ମଧ୍ୟ ଦେଖାଇ ସାରିଛନ୍ତି । ଏବେ ନୱାଜ ତାଙ୍କର ଆଗାମୀ ଫିଲ୍ମ ‘ବୋଲେ ଚୁଡ଼ିୟାଁ’ ପାଇଁ ର‌୍ୟାପ କରୁଥିବାର ନଜର ଆସିଛି ।

ନୱାଜୁଦ୍ଦିନ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ର‌୍ୟାପ ସଙ୍ଗ୍ ‘ସ୍ୱାଗି ଚୁଡ଼ିୟାଁ’ର ଟିଜର ଶେୟାର କରିଛନ୍ତି । ତେବେ ପ୍ରଥମ ର‌୍ୟାପ ଟିଜରକୁ ଶେୟାର କରି ଖୁବ ଖୁସି ଥିବା ଲେଖିଛନ୍ତି ନୱାଜୁଦ୍ଦିନ ସିଦ୍ଦିକୀ । ଏହି ଗୀତରେ ଦେଣୀ ଷ୍ଟାଇଲରେ ର‌୍ୟାପ କରୁଥିବାର ନଜର ଆସିବେ ନୱାଜ । ଗୀତରେ ତାଙ୍କ ସହିତ ଅଭିନେତ୍ରୀ ତମନ୍ନା ଭାଟିୟା ମଧ୍ୟ ନଜର ଆସିବେ ।

 

କହିରଖୁଛୁ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୱାଜୁଦ୍ଦିନଙ୍କ ଭାଇ ଶମ୍ସ ସିଦ୍ଦିକୀ । ଏହା ପୂର୍ବରୁ ଫିଲ୍ମରେ ମୌନି ରୟ ନଜର ଆସିବେ ବୋଲି ଧାର୍ଯ୍ୟ ହୋଇଥିଲା, କିନ୍ତୁ ପ୍ରୋଫେସନାଲ କାର୍ଯ୍ୟରେ ମୌନିଙ୍କ ସହିତ ସେମାନଙ୍କ କଥା ନ ଜମିବାରୁ ତାଙ୍କ ସ୍ଥାନରେ ତମନ୍ନାଙ୍କୁ ନିଆଗଲା ବୋଲି କହିଥିଲେ ନୱାଜଙ୍କ ଭାଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More