Only for Entertainment

୭୦ଦଶକ ରେଟ୍ରୋ ଲୁକରେ ନଜର ଆସିଲେ ସେକ୍ରେଡ ଗେମ୍ସ୨ର ଷ୍ଟାରକାଷ୍ଟ, ଗାୟତୋଂଡେ ଠାରୁ ଭୟଙ୍କର ଦିଶିଲେ ସରତାଜ !

31

ସେକ୍ରେଡ ଗେମ୍ସ ପ୍ରଥମ ସିଜନରେ ଡିଜିଟାଲ ଦୁନିଆରେ ଧମାକା ହୋଇଥିଲା । ଏବେ ସିରିଜର ଦ୍ୱିତୀୟ ସିଜନ ଆସିବାକୁ ଯାଉଛି । କିଛିଦିନ ପୂର୍ବେ ସିରିଜର ଟ୍ରେଲର ସାମ୍ନାକୁ ଆସିଥିଲା, ଯାହାକୁ ଜବରଦସ୍ତ ରେସପନ୍ସ ମିଳିଥିଲା । ଫ୍ୟାନ୍ସଙ୍କ ଉତ୍ସାହ ପାଇଁ ନେଟଫ୍ଲିକ୍ସ ଏହି ୱେବସିରିଜ ଷ୍ଟାରକାଷ୍ଟଙ୍କ ନୂଆ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି ।

ଏହି ଫଟୋରେ ସମସ୍ତ ଷ୍ଟାର କାଷ୍ଟ ୭୦ଦଶକ ଲୁକରେ ନଜର ଆସିଥିଲେ । ସମସ୍ତଙ୍କ ଗ୍ଲାମରସ ଲୁକ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଂଟୁଛି । ସରତାଜଙ୍କ ଭୂମିକା ତୁଲାଉଥିବା ସୈଫ ଅଲୀ ଖାନଙ୍କ ଲୁକକୁ ଖୁବ ପସନ୍ଦ କରାଯାଉଛି ।

ଏହି ସିଜନରେ କଲ୍କି ଏବଂ ରଣବୀର ଶୌରୀ ମଧ୍ୟ ଏଂଟ୍ରି କରିଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ଭୂମିକା ସ୍ପଷ୍ଟ ଜଣା ପଡିନାହିଁ । ତେବେ ଏଠାରେ ଆମେ କହି ରଖୁଛୁ ଯେ ସେକ୍ରେଡ ଗେମ୍ସ ସିଜନ ୨ ଆସନ୍ତା ମାସ ୧୫ତାରିଖରେ ଷ୍ଟ୍ରିମ ହେବ । ଏହାକୁ ଅନୁରାଗ କଶ୍ୟପ ଏବଂ ବିକ୍ରମାଦିତ୍ୟ ମୋଟବାନୀ ନିର୍ଦ୍ଦେଶନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More