Only for Entertainment

ମିଛ ଖବର ଛାପି ଥିବାରୁ ୧୦୦କୋଟିର ମାନହାନୀ ମକଦ୍ଦମା କଲେ ନଓ୍ଵାଜୁଦ୍ଦିନ୍‌ଙ୍କ ଭାଇ

16

ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଭାଇ ଶମ୍‌ସୁଦ୍ଦିନ୍‌ ସିଦ୍ଦିକୀ ଏକ ପ୍ରକାଶନୀ ସଂସ୍ଥା ଉପରେ ୧୦୦କୋଟିର ମାନହାନୀ ମକଦ୍ଦମା କରିଥିବା ଜଣା ପଡ଼ିଛି । ଫିଲ୍ମ ‘ବୋଲେ ଚୁଡିଆଁ’ରୁ ନିର୍ଦ୍ଦେଶନା ଆରମ୍ଭ କରୁଥିବା ଶମ୍‌ସୁଦ୍ଦିନ୍‌ଙ୍କ ଚରିତ୍ରକୁ ନେଇ ଏକ ପ୍ରକାଶନୀ ପ୍ରକାଶନୀ ସଂସ୍ଥାରେ ମିଛ ଖବର ଛପା ଯାଇଥିଲା । ସୁଟିଂ ସେଟ୍‌ରେ ଶମ୍‌ସୁଦ୍ଦିନ୍‌ ମହିଳାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ ବୋଲି ଖବର ଛାପିବାରୁ ଶମ୍‌ସୁଦ୍ଦିନ ମାନହାନୀ ମକଦ୍ଦମା କରିଛନ୍ତି । କୌଣସି ପ୍ରକାରର ଯାଞ୍ଚ ନ କରି ମନ ଇଚ୍ଛା ଏଭଳି ମିଛ ଖବର ଛାପି ଥିବାରୁ ଶମ୍‌ସୁଦ୍ଦିନ ୧୦୦କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ଅନ୍ୟ ପକ୍ଷରେ, ଏ ନେଇ ନିଜର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଅଭିନେତା ନଓ୍ଵାଜୁଦ୍ଦିନ ।

ସୂଚନା ମୁତାବକ, ଶମ୍‌ସୁଦ୍ଦିନଙ୍କ ଫିଲ୍ମ ‘ବୋଲେ ଚୁଡିଆଁ’ରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ମୌନୀ ରଏ ଏବଂ ନଓ୍ଵାଜୁଦ୍ଦିନ ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍‌ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More