Only for Entertainment

ରୋମ ଫିଲ୍ମ ଫେଷ୍ଟିଭାଲ ପରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ନବାଜଙ୍କ ଏହି ଫିଲ୍ମ !

google
30

ତନିଷ୍ଠା ଚାଟ୍ଟାର୍ଜୀ ଙ୍କ ନିର୍ଦ୍ଦେଶିତ ଡେବ୍ୟୁ ଫିଲ୍ମ ‘ରୋମ ରୋମ ମେଁ’ ବଲିଉଡର ଦମଦାର ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ଅଭିନୟରେ ସଜା ହୋଇଥିବା ଏହି ଫିଲ୍ମ ରୋମ’ରେ ସମ୍ମାନିତ ହେବା ପରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଖୁସି ଖବରର ଘୋଷଣା ନବାଜୁଦ୍ଦିନ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।

ତେବେ ଏହି ସମ୍ମାନ ତନିଷ୍ଠାଙ୍କ ପାଇଁ ଗୋଟିଏ ବଡ ସୁଯୋଗ, ଯାହା ତାଙ୍କୁ ଫିଲ୍ମ ଦୁନିଆରେ ନୂଆ ପରିଚୟ ଦେଇଛି କାରଣ ସେ ଏହି ଫିଲ୍ମ ଜରିଆରେ ହିଁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ସେ ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଛନ୍ତି ତନିଷ୍ଠା । ତେବେ ନବାଜଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଆଥିୟାଙ୍କ ସହ ମୋତିଚୁର ଚକନାଚୁରରେ ନଜର ଆସିବେ । ଏହା ବ୍ୟତୀତ ସେ ହାଉସ ଫୁଲ୪ ଏବଂ ବୋଲେ ଚୁଡିୟାଁରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More