Only for Entertainment

ଆଗାମୀ ଓଡିଆ ଚଳଚ୍ଚିତ୍ର ‘ନାୟକ ର ନା – ଦେବଦାସ’ର ରୋମାଂଟିକ୍ ଗୀତ ‘ଅଙ୍ଗେ ଅଙ୍ଗେ ନିଶା’ ରିଲିଜ୍ !

160

ରିଲିଜ୍ ହେଲା ଆଗାମୀ ଓଡିଆ ଚଳଚ୍ଚିତ୍ର ‘ନାୟକ ର ନା – ଦେବଦାସ’ର ରୋମାଂଟିକ୍ ଗୀତ ‘ଅଙ୍ଗେ ଅଙ୍ଗେ ନିଶା’ । ଗୀତରେ ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ଅଭିନେତା ଅଶିତଙ୍କୁ ଦେଖିବାକୁ ମିଳିଛି । ସିନେମାରେ ଚନ୍ଦ୍ରମୁଖୀ ଚରିତ୍ର ତୁଲାଉଛନ୍ତି ଅନୁ । ଦେବଦାସ କାହାଣୀରେ, ଚନ୍ଦ୍ରମୂଖୀ ହେଉଛନ୍ତି ଜଣେ ଦେହଜୀବୀ । ଆଉ ସେ ପଡିଯାଆନ୍ତି ଦେବଦାସଙ୍କ ପ୍ରେମରେ । କିଭଳି ଚନ୍ଦ୍ରମୁଖୀ, ଦେବଦାସଙ୍କୁ ମନାଇବାରେ ଲାଗିଛନ୍ତି, ତାଙ୍କ ପାଇଁ ଗୀତ ଗାଉଛନ୍ତି ତାହା ଦେଖିବାକୁ ମିଳିଛି ଏହି ଗୀତରେ ।

ଏହି ମନଛୁଆଁ ଗୀତରେ ଶୁଣିବାକୁ ମିଳିଛି ଅର୍ପିତା ଚୌଧୁରୀଙ୍କ ଆକର୍ଷଣୀୟ ଗାୟିକୀ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଆଉ ଲିରିକ୍ସ ଦେଇଛନ୍ତି ଅରୁଣ ମନ୍ତ୍ରୀ । ମୃତ୍ୟୁଂଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର ।


ଫିଲ୍ମଟିର ସୁଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ଏହି ସିନେମାରେ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ମିହିର୍ ଦାସ, ପିଂଟୁ ନନ୍ଦ, ବବି ମିଶ୍ର ଆଦି କଳାକାରଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ଅଗଷ୍ଟ ୯ ତାରିଖରେ ପରଦାକୁ ଆସିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More