Only for Entertainment

ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ

odishasuntimes.com
121

ଖୁବଶୀଘ୍ର ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । ସୁଟିଂ ଆରମ୍ଭରୁ ହିଁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଛି । କ୍ଲାସିକ୍ କାହାଣୀ ଦେବଦାସ୍କୁ ନେଇ ଗତିଶୀଳ ହେବ ଏହି ଫିଲ୍ମ । ଯେଉଁଥିରେ ଦେବଦାସ୍ ଚରିତ୍ରରେ ଅଭିନେତା ଅସିତ, ପାରୋ ଚରିତ୍ରରେ ଭୂମିକା ଓ ଚନ୍ଦମୂଖୀ ଭାବେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ । ନିକଟରେ କଟକ ବାଲିଯାତ୍ରା ପଡିଆରେ ଏହି ସିନେମାର ଅଡିଓ ରିଲିଜ୍ ହୋଇ ଯାଇଛି ।

‘ନାୟକର ନାଁ ଦେବଦାସ’ର ଅଡିଓ ରିଲିଜ୍ କଟକ ବାଲିଯାତ୍ରା ପଡିଆରେ ହୋଇ ଯାଇଛି । ମଂଚ ଉପରେ ଫିଲ୍ମର ସମସ୍ତ କଳାକାର ଏବଂ ପୁରା ଟିମ୍ ଏକାଠି ହୋଇ ସିନେମାର ଅଡିଓ ସିଡି ରିଲିଜ୍ କରିଛନ୍ତି । ବୈଦନାଥ ଦାସଙ୍କ ସଙ୍ଗୀତରେ ଏକାଧିକ ମନଛୁଆଁ ଗୀତ ଶୁଣିବାକୁ ମିଳିବ ଏହି ସିନେମାରେ । ଅଶିମା ପଣ୍ଡା, ବୁଷ୍ଣୁ ମୋହନ କବି, ଅନ୍ୱେଶା ଦାସ, ହ୍ୟୁମାନ ସାଗର୍ଙ୍କ ଭଳି କଣ୍ଠଶିଳ୍ପୀଙ୍କ ଗାୟିକି ଶୁଣିବାକୁ ମିଳିବ ଏହି ସିନେମାରେ ।

 

ମୃତ୍ୟୁନଜୟ ସାହୁ ଏହି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଫିଲ୍ମର ପ୍ରଯୋଜନା କରୁଛନ୍ତି ଶିଶିର ଚନ୍ଦ୍ର ଦାସ ଓ କିର୍ତନ ଚନ୍ଦ୍ର ପାତ୍ର । ଫିଲ୍ମଟିର ସୁଟିଂ ଶେଷ ହୋଇଥିବାବେଳେ, ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ସିନେମାରେ ଅସିତ୍, ଅନୁ ଚୌଧୁରୀ, ଭୂମିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

 

ଦେବଦାସକୁ ନେଇ ଓଡିଆ ଦର୍ଶକଙ୍କ ଭିତରେ ଉକ୍ରଣ୍ଠା ବୃଦ୍ଧି ପାଉଥିବାବେଳେ, ସିନେମାଟି ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More