Only for Entertainment

ରିଲିଜ ହେଲା ୟମଲା ପଗଲା ଦିୱାନା ଫିର ସେ’ର ଅନ୍ୟତମ ରୋମାଂଟିକ ସଙ୍ଗ ।

youtube
0 50

ଧମେନ୍ଦ୍ର, ସନ୍ନି ଦେଓଲ ଏବଂ ବବି ଦେୱଲଙ୍କ ଫିଲ୍ମ ୟମଲା ପଗଲା ଦିୱାନା ଫିରସେ ୩୧ଅଗଷ୍ଟରେ ରିଲିଜ ହେବାକୁ ଯାଉଛି, ଏବଂ ଏବେ ଏବେ ଫିଲ୍ମର ଏକ ରୋମାଂଟିକ ସଙ୍ଗ ‘ନଜରବଟ୍ଟୁ’ ରିଲିଜ ହୋଇଛି । ଏହି ରୋମାଂଟିକ ସଙ୍ଗକୁ ଗାଇଛନ୍ତି ସଚେତ ଟଣ୍ଡନ ।

ଏହି ଗୀତରେ ବବି ଦେୱଲ ଏବଂ କ୍ରିତି ଖରବନ୍ଦାଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ୟମଲା ପଗଲା ଦିୱାନା ଫିର ସେ ଏହି ସିରିଜର ୩ୟ ଫିଲ୍ମ ଅଟେ । ୟମଲା ପଗଲା ଦିୱାନା୨ ବକ୍ସଅଫିସରେ ସେପରି ରଂଗ ଜମାଇ ପାରିନଥିଲା । କିନ୍ତୁ ଏବେ ଏହି ଫିଲ୍ମରୁ କିଛି ଉତ୍ତମ ଆଶା କରାଯାଉଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମରେ ଏବେ ସଲମାନଙ୍କ ଏଂଟ୍ରି ହୋଇଛି ଏବଂ ସଲମାନ ଏଥିରେ ମସ୍ତାନା ଭୂମିକାରେ ନଜର ଆସିବେ । ଏହି କାରଣରୁ ଫିଲ୍ମର ରିଚ ଆହୁରୀ ବଢି ଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନବନିୟତ ସିଂ । ଫିଲ୍ମ ୩୧ଅଗଷ୍ଟରେ ପରଦାରେ ନଜର ଆସିବ । ମାତ୍ର ଏହି ଦିନ ଗୋଲ୍ଡ ଏବଂ ସତ୍ୟମେବ ଜୟତେ ଫିଲ୍ମ ମଧ୍ୟ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More