Only for Entertainment

ତଂଟି ବସିଥିଲେ କ’ଣ କରିବେ?

Imami Skin & Cosmetic Center
0 69

ପାଗ ପରିବର୍ତ୍ତନ ହେଲେ ବା ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ତଣ୍ଟି ବସି ଯାଇଥାଏ । ଏହି ସମସ୍ୟା ହେଲେ ଲୋକମାନେ ଠିକ୍‌ ଭାବରେ ଖାଇ ନପାରିବା ସହ କଥା ମଧ୍ୟ ହୋଇ ପାରନ୍ତି ନାହିଁ । ତଣ୍ଟି ବସିବା ପରେ ଶୀଘ୍ର ଠିକ୍‌ ହେବାର ନାଁ ନେଇ ନଥାଏ । ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି । କିନ୍ତୁ ତାହାର କୌଣସି ସୁଫଳ ମିଳି ପାରି ନଥାଏ । ଏଭଳି ପରିସ୍ଥିତିରେ ବାହାରୁ ଔଷଧ କିଣି ଖାଇବା ଅପେକ୍ଷା ଘରୋଇ ଉପାୟ ଆପଣାନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଶୀଘ୍ର ଉପଶମ ମିଳିବ ।

୧. ତଣ୍ଟି ବସି ଯାଇଥିଲେ ଲୁଣ ପାଣିରେ ଗଳ ଗଳ କରନ୍ତୁ । ଉଷୁମ ପାଣି କରି ସେଥିରେ କିଛି ଲୁଣ ମିଶାଇ କିଛି ସମୟ ଗଳ ଗଳ କରନ୍ତୁ । ଦିନକୁ ୪-୫ଥର ଉଷୁମ ଲୁଣ ଗଳ ଗଳ କରିବା ପରେ ଆପଣଙ୍କ ଫରକ୍‌ ଜାଣି ପାରିବେ ।

୨. ମହୁ ବସି ଯାଇଥିବା ତଣ୍ଟି ବା ତଣ୍ଟି ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ତଣ୍ଟି ବସିଥିବା ସମୟରେ ମହୁ ଖାଇବା ଦ୍ୱାରା କାଶ କମ ହେବା ସହ ତଣ୍ଟି ଦରଜ ମଧ୍ୟ କମ ହୋଇଥାଏ ।

ତଣ୍ଟି ଦରଜ ହେଲେ ପୁଦିନା ପତ୍ରକୁ ପାଣିର ଫୁଟାଇ ଗଳ ଗଳ କରନ୍ତୁ । ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହେବା ସହ ନିଶ୍ୱାସ ନେବା ସହଜ ହୋଇଥାଏ ।
୪. ତଣ୍ଟି ଦରଜ ହେଲେ ଗରମ ପାଣିରେ ବେକିଙ୍ଗ୍‌ ସୋଡ଼ା ମିଶାଇ ଗଳ ଗଳ କରନ୍ତୁ । ଗରମ ପାଣିର ବେକିଙ୍ଗ୍‌ ସୋଡ଼ା ମିଶାଇ ଗଳ ଗଳ କରିବା ଦ୍ୱାରା ଏହା ବ୍ୟାକ୍ଟେରିଆକୁ ନଷ୍ଟ କରି ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More