Only for Entertainment

ତ୍ୱଚା ଏବଂ କେଶର ଯତ୍ନ ନେଇଥାଏ ଲିମ୍ବ

34

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ ଲିମ୍ବ। ଏହା ଆମ ଶରୀରକୁ ରୋଗ ମୁକ୍ତ ରଖେ। ଚର୍ମ ସମ୍ବନ୍ଧୀୟ ସମସ୍ତ ପ୍ରକାର ରୋଗକୁ ଭଲ କରିବାକୁ ଏହା ମହାଷୌଧୀ ରୂପେ କାମ କରେ।ଲିମ୍ବ ତେଲରେ ଆଣ୍ଟି ଫଙ୍ଗଲ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ। ଯାହା ଆମ ତ୍ୱଚା ଏବଂ କେଶ ପାଇଁ ବହୁ ଉପକାରୀ ହୋଇଥାଏ।ଏହା ଏକ ପ୍ରାକୃତିକ ଉତ୍ପାଦ, ଯେଉଁଥିରେ କୌଣସି ସାଇଡ୍‌ଇଫେକ୍ଟ ନଥାଏ। ଏହା ସଂକ୍ରମଣ ହେବାକୁ ଦିଏ ନାହିଁ।ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ନ ଥାଏ। ଯେଉଁଥିପାଇଁ ଆପଣଙ୍କ ତ୍ୱଚା ଓ କେଶକୁ କୌଣସି ପ୍ରକାର କ୍ଷତି ହୋଇନଥାଏ।ସପ୍ତାହରେ ଥରେ କିମ୍ବା ଦୁଇଥର ଲିମ୍ବ ତେଲ କେଶରେ ଲଗାନ୍ତୁ। ଏହା ଆପଣଙ୍କ କେଶ ଝଡ଼ିବା ସମସ୍ୟାକୁ ରୋକିବା ସହ ମଜବୁତ କରିଥାଏ।ଏଥିରେ ଥିବା ଆଣ୍ଟି ଫଙ୍ଗଲ୍‌ ଗୁଣ କେଶରେ ରୂପି ହେବାକୁ ଦିଏନାହିଁ।

ଏହା କେଶକୁ ଘନ କରିବା ସହ ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।ଏହା କଣ୍ଡିସ୍‌ନର୍‌ ଭଳି ମଧ୍ୟ କେଶରେ କାମ କରିଥାଏ।ଯଦି ଆପଣଙ୍କ କେଶକୁ ସିଧା କରିବାକୁ ଚାହୁଁଛନ୍ତି ତାହାଲେ ସପ୍ତାହକୁ ୨ଥର ଲିମ୍ବ ତେଲ ଲଗାଇ ମୁଣ୍ଡ ସଫା କରନ୍ତୁ।ଅନେକ ସମୟରେ ଦେଖା ଯାଏ ଯେ, କେଶର ଅଗ୍ର ଭାଗ ଦୁଇ ମୁହାଁ ହୋଇଯାଇଥାଏ। ତେଣୁ ଆପଣ ଲିମ୍ବ ତେଲ ଲଗାଇଲେ ଏହା ଆପଣଙ୍କ କେଶ ସମସ୍ୟାକୁ ଦୂର କରିବା ସହ କୌଣସି ସମସ୍ୟା ଦେଖାଦେବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More