Only for Entertainment

ପିତା ହେଲେ ମଧ୍ୟ ଅମୃତ ଭଳି କାମ କରେ

138

 ନିମ୍ବ ପତ୍ର ପାଣି ପିଇବା ଦ୍ୱାରା ଆଖିର ଯନ୍ତ୍ରଣା ଏବଂ କୁଣ୍ଡେଇ ହେବା ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ନିମ୍ବ ପତ୍ର ପାଣି ଆଖି ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଏହି ନିମ୍ବ ପତ୍ର ପାଣି ପିଇଲେ ଲାଳ ରେ ଏଲ୍କାଇନର ମାତ୍ରା ବଢିଥାଏ । ଯାହାଦ୍ୱାରା ଜୀବାଣୁ ଏବଂ ସଂକ୍ରମଣ ହେବାର ଆଶଙ୍କା କମ ହୋଇ ଯାଇଥାଏ ।

ଆପଣମାନଙ୍କ ତ୍ୱଚା ପାଇଁ ମଧ୍ୟ ନିମ୍ବ ପାଣି ବହୁତ ଉପଯୋଗୀ ହୋଇଥାଏ । ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏଲର୍ଜି ସମସ୍ୟା ଦୂର ହୋଇଥାଏ । ଏହାସହିତ ନିମ୍ବ ପାଣି ପିଇବା ଦ୍ୱାରା କୁଣ୍ଡେଇ ହେବା , ଏଗଜିମ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

 ଯେଉଁ ବ୍ୟକ୍ତିଙ୍କର ପେଟ ସକାଳୁ ସଫା ହୋଇନଥାଏ ସେମାନେ ନିୟମିତ ଭାବେ ନିମ୍ବ ପାଣି ପିଇବା ଉଚିତ୍ । ଏହାଦ୍ୱାରା ଅନ୍ତନଳୀରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ଏବଂ ପେଟରେ ଥିବା ଜୀବାଣୁ ବି ମରି ଯାଇଥାନ୍ତି ।

 ନିମ୍ବ ପାଣି ପିଇବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ ଏବଂ ଶରୀରରେ ରୋଗ ହେବାର ଆଶଙ୍କ ମଧ୍ୟ କମି ଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More