Only for Entertainment

ତାପସୀ ଓ ଭୂମିଙ୍କ ଫିଲ୍ମ ‘ସାଣ୍ଡ କି ଆଁଖ’କୁ ନେଇ ନୀନା ଗୁପ୍ତାଙ୍କ ବୟାନ, କହିଲେ ‘ଏହି ଭୂମିକା ତ ଆମକୁ…’

zee news
48

ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ନିଜର ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ରେ ୬୦ ବର୍ଷର ମହିଳା ଭାବେ ନଜର ଆସିବେ । କିଛି ଦିନ ପୂର୍ବ ହିଁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମରେ ଦୁହେଁ ସାର୍ପ ସୁଟର ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀକୁ ନେଇ ପ୍ରଶଂସା ହେଉଥିବା ବେଳେ ୬୦ ବର୍ଷର ମହିଳା ଭୂମିକା ପାଇଁ ଦୁଇ ୟଙ୍ଗ ଅଭିନେତ୍ରୀଙ୍କୁ ବାଛିବା ଏବଂ ତାଙ୍କୁ ମେକଅପ ଦେଇ ବୁଢା କରିବା ଉପରେ ଖୁବ ଆଲୋଚନା ହେଉଛି । ଏହାକୁ ନେଇ ଅଭିନେତ୍ରୀ ନୀନା ଗୁପ୍ତା ମଧ୍ୟ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଏହି ଭୂମିକା ପାଇଁ ସେହି ବୟସର ଅଭିନେତ୍ରୀଙ୍କୁ ନେଇଥିଲେ ଭଲ ହୋଇଥାନ୍ତା ।

ଅସଲରେ ଟ୍ୱିଟରରେ ଜଣେ ୟୁଜର ଟ୍ୱିଟ କରିଥିଲେ ‘ମୋତେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ପସନ୍ଦ କିନ୍ତୁ ସାଣ୍ଡ କି ଆଁଖ ପାଇଁ ସେହି ବୟସର ଅଭିନେତ୍ରୀ ବାଛିଥିଲେ ଆହୁରି ଭଲ ହୋଇଥାନ୍ତା । ଭାବନ୍ତୁ ଯଦି ନୀନା ଗୁପ୍ତା ଏବଂ ଶବାନା ଆଜମୀ କିମ୍ବା ଜୟା ବଚ୍ଚନ ଏହା କରିଥାନ୍ତି ..?’ ଏହି ଟ୍ୱିଟରେ ରିଟ୍ୱିଟ କରି ନୀନା ଗୁପ୍ତା ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ‘ହଁ ମୁଁ ମଧ୍ୟ ଏପରି କିଛି ଭାବୁଥିଲି । ଆମ ବୟସର ରୋଲକୁ ତ ଆମ ଦ୍ୱାରା କରାଇନିଅ ଭାଇ ।’

ଏହି ଟ୍ୱିଟ ପରେ କିନ୍ତୁ ନୀନା ଗୁପ୍ତା ଆଉ ଏକ ଟ୍ୱିଟ କରି ଫିଲ୍ମର ଟ୍ରେଲର ଏବଂ ଦୁଇ ଅଭିନେତ୍ରୀଙ୍କୁ ପ୍ରଶଂସା କରିଥିଲେ । କହିରଖୁଛୁ ଯେ, ନୀନାଙ୍କ ଫିଲ୍ମ ବଧାଇ ହୋ ବକ୍ସ ଅଫିସରେ ଖୁବ ସଫଳ ହୋଇଥିଲା ଏବଂ ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More