Only for Entertainment

ରିଲିଜ୍ ହେଲା ଏକ ମନଛୁଆଁ ହିନ୍ଦୀ ରୋମାଂଟିକ୍ ଗୀତ ‘ନିନ୍ଦୋ ସେ ବ୍ରେକ୍ ଅପ୍’ !

54

ରିଲିଜ୍ ହୋଇଛି ଏକ ମନଛୁଆଁ ହିନ୍ଦୀ ରୋମାଂଟିକ୍ ଗୀତ ‘ନିନ୍ଦୋ ସେ ବ୍ରେକ୍ ଅପ୍’ । ମିଟ୍ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ନିଖିଲ୍ ଡିସୁଜାଙ୍କ ଆକର୍ଷଣୀୟ ଗାୟିକୀ । ଆଉ ଏଥିରେ ଦେଖିବାକୁ ମିଳିଛି ଛୋଟ ପରଦାର ପପୁଲାର୍ ଷ୍ଟାର୍ ଆଦିତି ଭାଟିଆ ଓ ମାନବ ଛାବ୍ରାଙ୍କ ରୋମାନ୍ସ ।

ଏମ୍ ବି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମନଛୁଆଁ ଗୀତ ‘ନିନ୍ଦୋ ସେ ବ୍ରେକ୍ ଅପ୍’ ମୁକ୍ତିଲାଭ କରିଛି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ନାୟକ ନାୟିକା ଭାବେ ନଜର ଆସିଛନ୍ତି ଆଦିତି ଭାଟିଆ ଓ ମାନବ ଛାବ୍ରା । ଗୀତରେ ଲଭ୍, ରୋମାନ୍ସ, ହାର୍ଟବ୍ରେକ୍ ସବୁକିଛି ଦେଖିବାକୁ ମିଳିଛି । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ରଂଜୁ ଭାର୍ଗିସ୍ । ଆଉ ଏହାର ପ୍ରଯୋଜନା କରିଛନ୍ତି ସାଇ ଫିଲ୍ମସ୍ ପ୍ରଡକ୍ସନ୍ । ରିଲିଜ୍ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓରେ ଶୁଣିବାକୁ ମିଳିଛି ନିଖିଲ୍ ଡିସୁଜାଙ୍କ ଆକର୍ଷଣୀୟ ଗାୟିକୀ ।

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ମିଟ୍ ବ୍ରଦର୍ସ । ଆଉ ଏହି ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ । ସ୍ରୋତା ଏହି ମ୍ୟୁଜିକ୍ ଭିଡିଓକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୟୁଟୁବରେ ରଲିଜ୍ ହେବାର ମାତ୍ର କିଛି ଘଂଟା ମଧ୍ୟରେ ଏହି ଗୀତକୁ ପାଖାପାଖି ୩୦ ହଜାର୍ରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More