ବଲିଉଡ ସିଙ୍ଗର ନୀତି ମୋହନ ଖୁବ ଶୀଘ୍ର ଅଭିନେତା ତଥା ଦୀପିକା ପାଦୁକୋନଙ୍କ ଏକ୍ସ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିବେ । ନିକଟରେ ଏହି କପଲ କପିଲ ଶର୍ମାଙ୍କ ଶୋ’ରେ ପହଁଚିଥିଲେ । ଶୋ’ରେ ନିହାର ନୀତିଙ୍କୁ ବିବାହ ପାଇଂଁ ପ୍ରପୋଜ କରିଥିଲେ । କପିଲ ଏହି କପଲଙ୍କଙ୍କୁ ତାଙ୍କ ଲଭ ଷ୍ଟାରୀ ସହ ଜଡିତ ଅନେକ ପ୍ରଶ୍ନ କରିଥିଲେ ।
ନିହାର ଶୋ’ରେ ନିଜ ଲଷ୍ଟୋରୀ ବିଷୟରେ ଖୁଲାସା କରି କହିଥିଲେ, ସେ ନୀତିଙ୍କୁ ଅନେକ ଦିନରୁ ଜାଣିଥିଲେ ଯେତେବେଳେ ସେ ଆସାମ ବ୍ୟାଣ୍ଡର ସଦସ୍ୟ ଥିଲେ । ସେହି ବ୍ୟଣ୍ଡରେ ନିହାରଙ୍କ ଜମେ ମହିଳା ବନ୍ଧୁ ମଧ୍ୟ ସଦସ୍ୟ ଥିଲେ । ନିହାର କହିଥିଲେ ଯେ, ସେ ତାଙ୍କ ବାନ୍ଧବୀଙ୍କୁ ନୀତିଙ୍କ ସହିତ ପରିଚିତ କରାଇବା ପାଇଁ କହିଥିଲେ ମାତ୍ର ଏହା ସମ୍ଭବ ହୋଇପାରିଲା ନାହିଁ । ମାତ୍ର ସେହି ବାନ୍ଧବୀଙ୍କ ବିବାହରେ ନୀତିଙ୍କ ସହିତ ନିହାରଙ୍କର ଦେଖା ହୋଇଥିଲା ଏବଂ ଭଲପାଇବା ଆରମ୍ଭ ହୋଇଥିଲା ।
ନିହାର ନୀତିଙ୍କୁ ଶୋ’ରେ ପ୍ରପୋଜ ମଧ୍ୟ କରିଥିଲେ । ଏହି ସମୟରେ ମାହୋଲ ଖୁବ ରୋମାଣ୍ଟିକ ହୋଇଯାଇଥିଲା । ତେବେ ନୀତି ଏବଂ ନିହାରଙ୍କ ବ୍ୟତିତ ଶୋ’ରେ ନୀତିଙ୍କ ଦୁଇ ଭଉଣୀ ତଥା କୋରିଓଗ୍ରାଫର ଶକ୍ତି ମୋହନ ଏବଂ ମୁକ୍ତି ମୋହନ ମଧ୍ୟ ଅତିଥି ଭାବେ ନଜର ଆସିଥିଲେ ।