ବଲିଉଡ ସିଙ୍ଗର ନୀତି ମୋହନ ୧୫ଫେବୃୟାରୀରେ ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟାଙ୍କୁ ହାଇଦ୍ରାବାଦରେ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ନୀତି ନିଜ ଭଉଣୀ ଶକ୍ତି, ମୁକ୍ତି ଏବଂ କୃତିଙ୍କ ସହ ପ୍ରିୱେଡିଂ ଫଟୋସୁଟ କରାଇଛନ୍ତି ।
ଏହି ଫଟୋସୁଟକୁ କଳ୍କି ଫ୍ୟାଶନ ନିଜର ଇନଷ୍ଟାଗ୍ରାମ ପେଜରେ ଶେୟାର କରିଛନ୍ତି । ଏହି ଫଟୋରେ ଚାରି ଭଉଣୀ ବିବାହ ପୁର୍ବରୁ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହାସହ ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଖବର ମୁତାବକ ଫେବୃୟାରୀ ୧୪ରେ ଦୁହିଁଙ୍କ ବିବାହ ରୀତି ଆରମ୍ଭ ହେବ । ଏହିଦିନରେ ମେହେନ୍ଦି, ସଙ୍ଗୀତ ଏବଂ ନିର୍ବନ୍ଧ ରୀତି ହେବ ।
ନୀତି ଏବଂ ନିହାର ଗତ ୪ବର୍ଷ ହେବ ଡେଟ କରୁଛନ୍ତି । ଯଦିଓ ସେ କେବେ ବି ନିଜ ସମ୍ପର୍କକୁ ସାର୍ବଜନିକ ରୁପରେ ସ୍ୱୀକାର ପରି ନଥିଲେ , କିନ୍ତୁ ଏବେ ସେ ବିବାହ କରିବାକୁ ଯାଉଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ନିହାର ଦୀପିକା ପାଦୁକୋଣଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଦୁହିଁଙ୍କ ଭେଟ ଏକ ଆକ୍ଟିଂ ସ୍କୁଲରେ ହୋଇଥିଲା । କିଛି ସମୟ ପରେ ଦୀପିକା ଏବଂ ନିହାରଙ୍କ ରିଲେସନସିପ ଭାଙ୍ଗି ଯାଇଥିଲା ।
ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିହାର ଫିଲ୍ମ ‘ମଣିକର୍ଣ୍ଣିକା’ରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ କଙ୍ଗନା ରଣାୱତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାବ୍ୟତୀତ ଏହି ଫିଲ୍ମରେ ଅଙ୍କତା ଲୋଖଣ୍ଡେ, ଡେନୀ ଡେଜ୍ନୋଗପାଙ୍କ ସହ ଆଉ ଅନେକ କଳାକାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।