Only for Entertainment

ମା’ ନିତୁଙ୍କ ବର୍ଥଡେ ସେଲିବ୍ରେଟ କରିବା ପାଇଁ ପ୍ୟାରିସ ପହଁଚିଲେ ରଣବୀର କପୁର, ଫଟୋରେ ଦେଖିବାକୁ ମିଳିଲା ପୁରା ପରିବାର ।

DNA India
0 35

ବଲିଉଡ ଅଭିନେତ୍ରୀ ନିତୁ କପୁର ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି । ନିତୁଙ୍କ ଜନ୍ମ ୮ ଜୁଲାଇ ୧୯୮୫ରେ ଦିଲ୍ଲୀରେ ହୋଇଥିଲା । ନିତୁ ନିକଟରେ ନିଜର ଜନ୍ମଦିନ ପାଳନ କରିବା ପାଇଁ ପୁରା ପରିବାର ସହିତ ପ୍ୟାରିସ ଯାଇଛନ୍ତି । ନିତୁଙ୍କ ଝିଅ ରିଦ୍ଧିମା ଏହାର କିଛି ଫଟୋ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ranvir

ଗୋଟିଏ ଫଟୋରେ ରିଦ୍ଧିମା ଭାଇ ରଣବୀର କପୁର ଏବଂ ତାଙ୍କ ପତିଙ୍କ ସହିତ ନଜର ଆସିଥିବା ବେଳେ ଆଉ ଏକ ଫଟୋରେ ମା ନିତୁ ଏବଂ ତାଙ୍କ ଝିଅ ସହିତ ନଜର ଆସିଛନ୍ତି । କହିରଖୁଛୁ ଯେ ପ୍ୟାରିସରେ ହେବାକୁ ଥିବା ଏହି ପାର୍ଟିକୁ ଋଷି କପୁର ଆୟୋଜନ କରିଛନ୍ତି । ପାର୍ଟିରେ କପୁର ପରିବାରର ଅତିଥି ସାମିଲ ହେବେ ।

nitu

nitu2

ଖବର ଅନୁସାରେ ଆଲିଆ ମଧ୍ୟ ନିତୁଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ପ୍ୟାରିସ ବାହାରିସାରିଛନ୍ତି । ପ୍ୟାରିସ ଯିବା ସମୟରେ ତାଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । କହିରଖୁଛୁ ଯେ ଆଲିଆଙ୍କୁ ରଣବୀରଙ୍କ ପରିବାର ଖୁବ ପସନ୍ଦ କରନ୍ତି । ଦୁହିଁଙ୍କ ଆଫେୟାର ଖବର ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ଦୁହେଁ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ।

alia

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More