Only for Entertainment

ଏହି ପ୍ରକାରର ଲୋକଙ୍କ ଚାରି ପାଶ୍ୱର୍ରେ ବୁଲନ୍ତି ଖରାପ ଶକ୍ତି ।

forum eldarya
0 141

ପ୍ରତ୍ୟେକ ମଣିଷ ଜୀବନରେ ଭଲ ଏବଂ ଖରାପ ସମୟ ଉଭୟ ଆସିଥାଏ । ବାସ୍ତୁ ଅନୁସାରେ ଏହି ସମୟ ନକରାତ୍ମକ ଏବଂ ସକରାତ୍ମକ ଶକ୍ତି ପ୍ରଭାବରେ ହୋଇଥାଏ । ସକରାତ୍ମକ ଶକ୍ତି ରହିବା ଦ୍ୱାରା ମଣିଷର ହୃଦୟ ଏବଂ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ । ଅନ୍ୟ ପାଶ୍ୱର୍ରେ ନକରାତ୍ମକ ଶକ୍ତି ରହିବା ଦ୍ୱାରା କରାପ ପ୍ରଭାବ ପଡ଼ିଥାଏ । ବ୍ୟକ୍ତିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କେବେ ମଣିଷ ଏଭଳି କିଛି ଭୁଲ କାମ କରିବସେ ଯାହା ଦ୍ୱାରା ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା ।

କିଛି ମାନ୍ୟତା ଅନୁସାରେ ରାତିରେ ଖରାପ ଶକ୍ତିମାନେ ସକ୍ରିୟ ହୋଇଯାଆନ୍ତି । ତେଣୁ ରାତିରେ ଶୋଇବା ସମୟରେ ପର୍ଫ୍ୟୁମ କିମ୍ବା ଅତର ବ୍ୟବହାର କରନ୍ତୁ ନାହିଁ । କାରଣ ଏହି ସୁଗନ୍ଧିତ ଜିନିଷରେ ଖରାପ ଶକ୍ତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

ମାନ୍ୟତା ଅନୁସାରେ ଗର୍ଭବତୀ ମହିଳାଙ୍କୁ ରାତିରେ କୌଣସି ଶୁନଶାନ ସ୍ଥାନକୁ ଯିବା ଅନୁଚିତ । ସେହି ସ୍ଥାନରେ ଖରାପ ଶକ୍ତି ସକ୍ରିୟ ହୋଇପାରନ୍ତି ।

କୌଣସି ଶବ ଯାତ୍ରା ଶେଷ କରି ଫେରିବା ସମୟରେ ପଛକ୍ୁ ବୁଲି ଚାହିଁବା ଅନୁଚିତ । ଏହା ସହିତ ସ୍ନାନ କରି ଘରକୁ ପ୍ରବେଶ କରିବା ଉଚିତ । ନଚେତ ଖରାପ ଶକ୍ତି ଆପଣଙ୍କ ସହିତ ଆସିପାରେ ।

କୌଣସି ଗମ୍ଭୀର ରୋଗରେ ପିଡ଼ିତ ଇ୍ୟକ୍ତିର ଆତ୍ମବଳ କମ ହୋଇଥାଏ । ସେମାନଙ୍କୁ ନିକଟକୁ ଖରାପ ଶକ୍ତି ଶୀଘ୍ର ଆକର୍ଷିତ ହୋଇଯାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More