Only for Entertainment

ଅଙ୍ଗନ୍ଦଙ୍କ ସହ ବିବାହକୁ ନେଇ ନେହା ଧୁପିଆ ଖୋଲିଲେ ଭୟାନକ ରାଜ୍ !

mid day
0 67

ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବନ୍ଧୁ ଅଗନ୍ଦଙ୍କ ସହ ଗତ କିଛି ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ୧୦ମେ’ରେ ତାଙ୍କର ବିବାହ ହୋଇଥିଲା । ନେହା ବିବାହରେ ହୋଇଥିବା ଭୟାନକ ଅନୁଭୂତିକୁ ସେୟାର କରିଛନ୍ତି । ବିବାହ ପୂର୍ବର ୪୮ଘଂଟା ବିଷୟରେ କହିଛନ୍ତି ଯେ ୪୮ଘଂଟା ସେ ବିବାହ ପ୍ରସ୍ତୁତିରେ ଲାଗି ରହିଥିଲେ ।

ନେହା ଏହା ମଧ୍ୟ କହିଛନ୍ତି ଯେ ଭୟାନକ ଥିଲା ସିନା ମାତ୍ର ନିଷ୍ପତ୍ତି ସଠିକ ଥିଲା । ସେ ଗୋଲାପି ରଂଗ ପୋଷାକରେ ବିବାହ କରିବା ପାଇଁ ଚାହୁଁଥିଲେ ଏବଂ ସେହିକାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ପଗଡି ଏବଂ ରୁମାଲ ମ୍ୟାଚ କରିବା କହିଥିଲେ । ବିବାହ ରାତି ପୂର୍ବ ଦିନ ଲେହଙ୍ଗା ଦିଲ୍ଲୀ ପହଂଚିବାର ଥିଲା ମାତ୍ର ବର୍ଷା ଯୋଗୁଁ ଲେହେଙ୍ଗା ପହଂଚି ପାରି ନଥିଲା ।

ବିବାହ ତ ସେମିତି ବି ସିକ୍ରେଟ ଥିଲା ତେଣୁ ସେ ଲେହେଙ୍ଗା ସକାଳେ ଡିଲିବର କରିବାକୁ କହିଥିଲେ ଏବଂ ନେହା କହିଥିଲେ ମଧ୍ୟ ବିବାହ ସକାଳ ୯ଟାରେ ଅଛି । ଲେହେଙ୍ଗା ନ ପହଂଚିଥିବାରୁ ସେ କାନ୍ଦୁଥିଲେ । ସେହି ସମୟରେ ଲେହେଙ୍ଗା ଆସି ପହଂଚିଥିଲା । ଏହିଭଳି ଭୟାନକ ଥିଲା ତାଙ୍କ ବିବାହ ବୋଲି ନେହା କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More