Only for Entertainment

ନେହାଙ୍କ ସୁରେଲି କଣ୍ଠରେ ଝୁମିଲା ଭୁବନେଶ୍ୱର ।

sambad
33

ନେହା କକ୍କର ଭାରତର ଜଣେ ପରିଚିତ ଯୁବା କଣ୍ଠଶିଳ୍ପୀ । ଯାହାଙ୍କ ସଙ୍ଗୀତ ପ୍ରତ୍ୟେକଟି ଓଠରେ ଗୁଣୁଗୁଣୁ ହେଉଥାଏ । ଯାହାଙ୍କ ସୁରେଲି କଣ୍ଠରେ ମଧୁର ଗୀତଟିଏ ଶୁଣିବା ମାତ୍ରେ ପ୍ରତ୍ୟେକଟି ପ୍ରେମୀ ହୃଦୟ ନିଜ ପୁରୁଣା ଓ ନୂଆ ସ୍ମୃତିରେ ହଜିଯାଏ ଏବଂ କଳ୍ପନା କରେ ଆଉ ଏକ ନୂଆ ରାଇଜ କଥା । ଲୋକପ୍ରିୟ ବଲିଉଡ ସିଙ୍ଗର୍ ନେହା କକ୍କର ନିଜର ରକ୍ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଆଜ୍ଞା ହଁ ଗତକାଲି ନିଜର ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ନେହା ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଡିଜେ ସୁକେତୁ।ଏହି ଅବସରରେ ସେ ମିଲେ ହୋ ତୁମ୍, ଆଖଁ ମାରେ ଓ ଲଖନା ଆଖଁ ମାରେ, ଦିଲବର, ନିକଲେ କୁରଂଟ, ଲିଫ୍ଟ ତେରୀ ବନ୍ଦ ହୈ, କାଲା ଚଷମା ଆଦି ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ନେହା କକ୍କର କହିଲେ, “ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ ୫ ସିଜିନରେ ଗ୍ରାହକଙ୍କର ମନୋରଞ୍ଜନ ପାଇଁ ଆମ୍ଭେ ପ୍ରୟାସ ଜାରି ରଖିଛୁ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଭୁବନେଶ୍ୱରର ପ୍ରଶଂସକଙ୍କ ସହିତ ପ୍ରତ୍ୟେକ୍ଷ ଯୋଗାଯୋଗରେ ରହିପାରିବୁ । ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ୍ ଏପରି ଏକ ପ୍ଲାଟଫର୍ମ ଯାହା କଳାକାରଙ୍କ ସୃଜନୀ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ ।”

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More