Only for Entertainment

ବିବାହ ଖବର ପରେ ଏବେ ଆଦିତ୍ୟ ନାରାୟଣ ଏବଂ ନେହା କକ୍କର ଏକାଠି ନଜର ଆସିଲେ ଗୋଆ ବିଚ୍ ରେ !

838

ବଲିଉଡ ଗାୟିକା ନେହା କକ୍କଡ ଏବଂ ଆଦିତ୍ୟ ନାରାୟଣଙ୍କ ପ୍ରଥମ ଗୀତ ‘ଗୋଆ ବିଚ୍’ରିଲିଜ ହୋଇଛି । ଏହି ଗୀତରେ ଶୁଣିବାକୁ ମିଳିଛି ଟୋନି କକ୍କଡ ଏବଂ ନେହା କକ୍କଡଙ୍କ ଜବରଦସ୍ତ ଗାୟିକି । ଗୀତରେ ନେହା ଏବଂ ତାଙ୍କ ସାଥୀ ଚୋର ବନିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନେହା ଏବଂ ଆଦିତ୍ୟ ନିଜ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏବେ ଦୁହିଁଙ୍କ ଗୀତ ଏବେ ୟୁଟ୍ୟୁବରେ ଟ୍ରେଣ୍ଡ ହେବାରେ ଲାଗିଛି । ଏହି ଗୀତକୁ ଫ୍ୟାନ୍ସମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନେହା କକ୍କଡ ଏବଂ ଆଦିତ୍ୟ ନାରାୟଣଙ୍କ ଏହି ପ୍ରଥମ ଗୀତ ‘ଗୋଆ ବିଚ୍’ ୧୦ଫେବୃୟାରୀରେ ରିଲିଜ ହେବାର ଥିଲା । କିନ୍ତୁ ଏହା ୧୧ରେ ରିଲିଜ ହେଲା । ରିଲିଜ ହେବାର କିଛି ସମୟ ମଧ୍ୟରେ ଏହା ଇଂଟରନେଟରେ ଟ୍ରେଣ୍ଡ ହୋଇଯାଇଛି । ଏହାପୂର୍ବରୁ ନେହା କକ୍କଡ ନିଜ ସୋସିଆଲ ମିଡିଆ ଅକାଉଂଟରେ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହ ବ୍ରେକଅପ ଖବର ଦେଇଥିଲେ ଏବଂ ଅନେକ ମଉକାରେ ସେ ଖୁବ ଇମୋସନାଲ ମଧ୍ୟ ନଜର ଆସିଥିଲେ । କିନ୍ତୁ ଏବେ ପୁଣି ଥରେ ନିଜକୁ ମଜଭୂତ କରି ବଢିବାରେ ଲାଗି ପଡିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More