Only for Entertainment

ଏକ୍ସ ବୟଫ୍ରେଣ୍ଡଙ୍କୁ ମନେ ପକାଇ ପୁଣିଥରେ କାନ୍ଦିଲେ ନେହା କକ୍କର, ରିୟଲିଟି ଶୋ’ର ସେଟରୁ ଭାଇରାଲ ହେଲା ଭିଡିଓ

India Today
69

ନେହା କକ୍କରଙ୍କୁ ଏବେ ଦେଖିବା ପରେ ଲାଗୁଛି ଯେପରି ସେ ନିଜର ଭଲପାଇବାକୁ ଭୁଲିପାରିନାହାଁନ୍ତି । ଯେବେଠାରୁ ତାଙ୍କର ବ୍ରେକଅପ ହୋଇଛି ସେବେଠୁ ସେ ଦୁଃଖି ରହୁଛନ୍ତି । କେବେ କେବେ ସେ ଏତେ ଦୁଃଖୀ ହୋଇଯାଉଛନ୍ତି ଯେ, ତାଙ୍କ ଇମୋସନକୁ କାବୁ କରିପାରୁନାହାଁନ୍ତି । ନିକଟରେ ନେହା ଏକ ଡ୍ୟାନ୍ସ ରିୟଲିଟି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶୋ’ରେ ଡ୍ୟାନ୍ସ ପଫର୍ନମାନ୍ସ ଦେଖି ସେ ହଠାତ ଭାବୁକ ହୋଇପଡିଥିଲେ ଏବଂ ତାଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା ।

ଡ୍ୟାନ୍ସ ରିୟଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର ୩ରେ ଦେବୀକା ନିଜ ଗୁରୁ ଐଶ୍ୱର୍ଯ୍ୟାଙ୍କ ସହିତ ମିଶି ଏକ ଲଭ ଟ୍ରାଙ୍ଗଲ ଉପରେ ଡ୍ୟାନ୍ସ ପର୍ଫମାନ୍ସ ଦେଇଥିଲେ । ଏହି ଡ୍ୟାନ୍ସ ପର୍ଫମାନ୍ସ ଦେଖିବା ପରେ ନେହା ଅକ୍ସ ବୟଫ୍ରେଣ୍ଡ ହିମାନ୍ସ କୋହଲୀଙ୍କୁ ମନେ ପକାଇ ଖୁବ କାନ୍ଦିଥିଲେ । ଏହି ଭଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, ହିମାନ୍ସଙ୍କ ସହିତ ବ୍ରେକଅପ ହେବା ପରେ ନେହା ଖୁବ ଦୁଃଖୀ ହୋଇଯାିଥିଲେ । ଏପରି କି ସେ ଡିପ୍ରେସନକୁ ମଧ୍ୟ ଚାଲିଯାଇଥିଲେ । ଏହା ପୂର୍ବରୁ ମଧ୍ୟ ନେହା ହିମାନ୍ସ କୋହଲୀଙ୍କୁ ମନେ ପକାଇ ଏକ କନର୍ସଟରେ କାନ୍ଦିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More