Only for Entertainment

ହିମାଂଶଙ୍କ ସହିତ ବ୍ରେକ ଅପ ପରେ ଲାଇଭ କନ୍ସର୍ଟରେ ଖୁବ କାନ୍ଦିଲେ ନେହା ।

61

ହିମାଂଶଙ୍କ ସହିତ ବ୍ରେକ ଅପ ପରେ ନେହା ଖୁବ ଚର୍ଚ୍ଚାରେ ରହିଛନ୍ତି । ନେହା ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଜଣାଇଥିଲେଯେ ସେଖୁବ ଡିପ୍ରେସନରେ ଅଛନ୍ତି । କିନ୍ତୁ ନେହା ନିଜକୁ ସମ୍ଭାଳି ସାରିଛନ୍ତିି । କାମ ଉପରେ ଏହାର ପ୍ରଭାବ ନ ପଡ଼ୁ ସେ ଖୁବ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ ନେହାଙ୍କ ଲାଇଭ କନ୍ସର୍ଟର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ନେହା ଖୁବ କାନ୍ଦୁଥିବାର ନଜର ଆସିଛି ।

ଶୋ ଆରମ୍ଭ ପୂର୍ବରୁ ନେହା କହିଲେ ଆପଣ ମାନଙ୍କ ମଧ୍ୟରେ କାହାର ନା କାହାର ହୃଦୟ ଭାଙ୍ଗିଥିବ । ଆଜି ମୁଁ ସେହି ମାନଙ୍କ ପାଇଁ ଗୀତ ଗାଇବି । ଏହାପରେ ସେ ଗୀତ ଗାଇବା ଆରମ୍ଭ କଲେ । ଗୀତ ଗାଇବା ଆରମ୍ଭ କରିବା ମାତ୍ରେ ନେହା କାନ୍ଦିବାକୁ ଲାଗିଲେ । ସେ ନିଜକୁ ଖୁବ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଆଖିରୁ ଲୁହ ଶୁଖୁନାହିଁ । ଉପସ୍ଥିତ ଲୋକ ନେହାଙ୍କ ସାହସ ବଢାଇବାକୁ ଖୁବ ଚେଷ୍ଟା କରୁଥିବାର ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More