Only for Entertainment

ବଏଫ୍ରେଣ୍ଡ ହିମାଂଶଙ୍କ ସମର୍ଥନରେ ନେହା କକ୍କର, କହିଲେ ହିମାଂଶ ସେହିପରି………….. ।

62

ଗାୟିକା ନେହା କକ୍କର ବଏଫ୍ରେଣ୍ଡ ହିମାଂଶଙ୍କ ସହିତ ବ୍ରେକ ଅପ ପରେ ଏକାଧିକ ମଂଚ ଉପରେ ଗୀତ ମାଧ୍ୟମରେ ନିଜର ଦୁଃଖ ଜଣାଇଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ସେ ସୁପର ଡ୍ୟାନ୍ସର ମଂଚରେ ମଧ୍ୟ ଦୁଃଖି ଥିବା କଥା ଜଣାଇଥିଲେ । ଏହାପରେ ନେହାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ହିମାଂଶ କୋହଲିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ତେବେ ନିକଟରେ ଏହିକଥାକୁ ନେଇ ନିଜର ମତ ରଖିଛନ୍ତି ଗାୟିକା ।

is-neha-kakkar

ବାସ୍ତବରେ ନେହା ଟ୍ୱିଟ କରି କହିଛନ୍ତିଯେ ବିଭିନ୍ନ ମିଡିଆ ସଂସ୍ଥାରେ ହିମାଂଶଙ୍କୁ ଖରାପ କରି ଦର୍ଶାଯାଇଛି । ଯେତେବେଳେ କଥା ସେହିପରି ନୁହେଁ । ଏହି ସବୁ ଖବର ମିଛ ଏବଂ ଡିଷ୍ଟର୍ବ କରିବା ଭଳି । ମୁଁ କହିଛି ମୁଁ ଦୁଃଖି ଅଛି । ମୁଁ କେବେ କହିନାହିଁ ମୋତେ ଧୋକା ମିଳିଛି । ଯଦି କଥା ସଚ୍ଚୋଟର ଆସୁଛି ତେବେ ସେ ବେଷ୍ଟ । ଆପଣ ସମସ୍ତେ ତାକୁ ଦୋଷୀ ଏବଂ ଭୁଲ କହିବା ବନ୍ଦ କରନ୍ତୁ । ଆମେ କାହାର ପ୍ରତିଛବିକୁ ଏଭଳି ଖରାପ କରିପାରିବା ନାହିଁ ।

କହିରଖୁଛୁଯେ ବ୍ରେକ ଅପ ପରେ ନେହା ଲେଖିଥିଲେଯ ଦୁନିଆରେ ଏତେ ଖରାପ ଲୋକ ଅଛନ୍ତି, ସବୁ ହଜାଇବା ପରେ ଚେତା ଆସିଲା । ଆଜି କିଛି ଅଧିକ ଭାଙ୍ଗି ଯାଇଛି । ମୁଁ ମୋର ସବୁକିଛି ଦେଲି କିନ୍ତୁ ବଦଳରେ.. ।ଏହାପରେ ନେହା ଲେଖିଥିଲେଯେ ମୁଁ ଶେୟାର କରିପାରିବିନି ମୋତେକ’ଣ ମିଳିଲା । ତେବେ ଏବେ ଲୋକ ଏହି ବିଷୟରେ ଆଲୋଚନା କରିବା ଆରମ୍ଭ କରିଦେବେ । ଯାହା ନୁହେଁ ତାହା ମଧ୍ୟ ଗପିବେ । ତେବେ ସବୁ ଶୁଣିବା ପାଇଁ ମୋର ଧୈର୍ଯ୍ୟ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More