Only for Entertainment

ବିଭୋରଙ୍କ ସହ ନାଁ ଯୋଡ଼ାଯିବା ପରେ ଡିପ୍ରେସନରେ ନେହା ! କହିଲେ, ଜଣଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କର ନାହିଁ

102

ବଲିଉଡ୍‌ ଅଭିନେତା ହିମାନ୍ସ କୋହଲୀଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ କଣ୍ଠଶିଳ୍ପୀ ନେହା କକ୍କର ଇଣ୍ଡିଆନ ଆଇଡୋଲର ପ୍ରତିଯୋଗୀଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଦିନ ପୂର୍ବରୁ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଇଣ୍ଡିଆନ ଆଇଡୋଲର ପ୍ରତିଯୋଗୀ ବିଭୋର, “ମୁଁ ଯଦି ଆଜି ବିଭୋର ପରାଶର ହୋଇ ପାରିଛି, କେବଳ ତାଙ୍କ ପାଇଁ । ମୁଁ ତାଙ୍କୁ ସମ୍ମାନ ଦିଏ । ଏଭଳି ଚର୍ଚ୍ଚା ଶୁଣି ମୋର ମୁଣ୍ଡ ଖରାପ ହେଉଛି । ମୁଁ କିଛି କହିବାକୁ ଚାହୁଁ ନାହିଁ” ବୋଲି କହିଥିଲେ । ତେବେ ଏଭଳି ଚର୍ଚ୍ଚା ପରେ ଏବେ ନେହାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଇନ୍‌ଷ୍ଟାରେ, “କ’ଣ ପାଇଁ ସେମାନେ ସତ୍ୟତା ନ ଜାଣି ଏଭଳି ଅପଚର୍ଚ୍ଚା କରୁଛନ୍ତି? ଏଭଳି ଚର୍ଚ୍ଚା କାହାର ଜୀବନରେ କିଭଳି ପ୍ରଭାବ ପକାଇବ ତାହା ମଧ୍ୟ ଚିନ୍ତା କରୁ ନାହାନ୍ତି । ଜଣେ ସେଲିବ୍ରିଟି ହେଲେ ମଧ୍ୟ ପ୍ରଥମେ ମୁଁ ଜଣେ ମଣିଷ । ଏତେ ହୃଦୟହୀନ ହୁଅନ୍ତୁ ନାହିଁ । କାହାକୁ ଏତେ ଖରାପ ଅନୁଭବ କରାନ୍ତୁ ନାହିଁ କି ଜଣେ ନିଜର ଜୀବନ ଶେଷ କରିବା ବିଷୟରେ ଚିନ୍ତା କରିବ” ବୋଲି ଲେଖିଥିଲେ ନେହା ।

ଦେଖନ୍ତୁ ନେହାଙ୍କ ପୋଷ୍ଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More