Only for Entertainment

ବିବାହକୁ ନେହା କକ୍କରଙ୍କ ସବୁଜ ସଂକେତ, ହିମାନ୍ସ ହୋଇପାରନ୍ତି ଜୀବନସାଥୀ !

India
0 36

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପୂର୍ବରୁ ତାଙ୍କର ହିମାନ୍‌ସ କୋହଲୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ହିମାନ୍ସ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ ନେହା। କିନ୍ତୁ ଏବେ ସେ ଅଫିସିଆଲ୍‌ ଭାବରେ ହିମାନ୍ସଙ୍କୁ ଡେଟ୍‌ କରୁଥିବା ନେଇ ସ୍ୱୀକାର କରିଛନ୍ତି। ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ’ରେ ସେ ଏହା ସ୍ୱୀକାର କରିବା ସହ ଆମେମାନେ ସାଥୀରେ ଅଛୁ ଏବଂ ରହିବୁ ବୋଲି କହିଛନ୍ତି ନେହା। ଆଗାମୀ ଦିନରେ ମୁଁ ହିମାନ୍ସଙ୍କୁ ବିବାହ ମଧ୍ୟ କରିପାରେ ବୋଲି ନେହା କହିଥିବା ଦେଖା ଯାଇଛି।

himansh-kohli-neha-kakkar

ସୂଚନା ମୁତାବକ, ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ’କୁ ନିଜ କମେଡିର ତଡ଼କା ଲଗାଇବା ପାଇଁ ସୁନୀଲ ଗ୍ରୋଭର ଆସିଥିବା ବେଳେ ନେହାଙ୍କ ସ୍ୱୟମ୍ବର କରାଇଥିଲେ। ଏହି ସମୟରେ ହିମାନ୍‌ସ ସୋ’ରେ ଏଣ୍ଟ୍ରି କରିବାରୁ ନେହା ହିମାନ୍ସଙ୍କୁ ଦେଖି କହିଥିଲେ, ମୁଁ ହିମାନ୍ସଙ୍କୁ ଜାଣିଛି ଓ ଏବଂ ଯଦି ବି ମୁଁ ବିବାହ ପାଇଁ ଚିନ୍ତା କରେ ତେବେ ସେ ହିମାନ୍ସ ହିିଁ ହେବେ । ଏବା ସହିତ ହିମାନ୍ସ ମଧ୍ୟ କହିଥିଲେ ପ୍ରେମର ଆରମ୍ଭ ବନ୍ଧୁତ୍ୱରୁ ହୋଇଥାଏ । ନେହା ଏବଂ ସେ ଏବେ କେବଳ ବନ୍ଧୁ ନୁହଁନ୍ତି ତା ଠାରୁ ଅଧିକ । ଏହା ପରେ ଦୁହେଁ ‘ଓ ହମ୍‌ସଫର’ ଗୀତରେ ନାଚିଥିବାର ଦେଖା ଯାଇଥିଲା। ନେହାଙ୍କ ଏହି ଉତ୍ତର ପରେ ସେ ହିମାନ୍ସଙ୍କୁ ବିବାହ କରିବାକୁ ଚାହୁଁଥିବା ସହ ଖୁବ୍‌ ଶୀଘ୍ର ବିବାହ କରିପାରନ୍ତି ବୋଲି ଲୋକମାନେ କହିବା ଆରମ୍ଭ କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More