Only for Entertainment

ଶୋ’ର ପ୍ରତିଯୋଗୀଙ୍କ କାହାଣୀ ଶୁଣି ନେହା କକ୍କଡ ହେଲେ ଭାବ ବିହ୍ୱଳ, ଦୀପାବଳି ସେଲିବ୍ରେଟ କରିବା ପାଇଁ ଦେଲେ ୧ଲକ୍ଷ ଟଙ୍କା !

21

ବଲିଉଡର ସବୁଠାରୁ ପପୁଲାର ସିଙ୍ଗର ନେହା କକ୍କର କିଛି ଦିନ ହେବ ‘ଇଣ୍ଡିଆନ ଆଇଡଲ୧୧’ର ବିଚାରକ ଅଛନ୍ତି । ତାଙ୍କୁ ଶୋ’ରେ ଅନେକ ସମୟରେ ଅନେକ ଥର ଇମୋସନାଲ ହେବା ଦେଖିବାକୁ ମିଳିଥାଏ । ନିକଟରେ ଶୋ’ରେ ଝାଡଖଣ୍ଡର ଦିବାସ ଅଡିସନ ପାଇଁ ପହଂଚିଥିଲେ , ତାଙ୍କ ପରଫର୍ମାନ୍ସରେ ବିଚାରକ ଖୁବ ଖୁସି ହୋଇଥିଲେ । ଦିବାସ କହିଛନ୍ତି ଯେ, ତାଙ୍କ ଗୀତର ପ୍ରଶଂସା ସଚିନ୍ ତେନ୍ଦୁଲକର ମଧ୍ୟ କରିସାରିଛନ୍ତି ।

ଏହାବ୍ୟତୀତ ଦିବାସ କହିଥିଲେ ଯେ, ଏଥର ଦୀପାବଳି ତାଙ୍କର ଖୁବ ଖାସ ଅଟେ କାରଣ ଏଥର ସେ ବଡ ବଡ ବିଚାରକଙ୍କ ସାମ୍ନାରେ ଗୀତ ଗାଇବାକୁ ସୁଯୋଗ ପାଇଛନ୍ତି । ଦିବାସ ଏହା କହି ଭାବ ବିହ୍ୱଳ ହୋଇପଡିଥିଲେ ଯେ ସେ ପୂର୍ବ ୬ବର୍ଷ ନିଜ ପରିବାର ସହ ଦୀପାବଳି ସେଲିବ୍ରେଟ କରି ପାରିନଥିଲେ କାରଣ ସେ ସେହି ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥାଆନ୍ତି । ତାଙ୍କୁ କେବଳ ବାଣର ଶବ୍ଦ ଶୁଭିଥାଏ । ଦିବାସଙ୍କ ଜୀବନର ଏଭଳି କାହାଣୀ ଶୁଣି ନେହା ଇମୋସନାଲ ହୋଇପଡିଥିଲେ ଏବଂ କାନ୍ଦି ପକାଇଥିଲେ । ସେ ଏହି ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ନେହା କହିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ଦିବାସ ନିଜ ପରିବାର ସହ ଦୀପାବଳି ସେଲିବ୍ରେଟ କରନ୍ତୁ । ଏହି ଟଙ୍କାରେ ସେ ନିଜ ଘରକୁ ପୂଆ ପୋଷାକ ଏବଂ ମିଠା ନେଇ ଯାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More