Only for Entertainment

ନେହାଙ୍କ ପ୍ରେମରେ ପାଗଳ ହିମାଂଶ, ନ୍ୟାସନାଲ୍ ଟେଲିଭିଜନରେ କଲେ ସ୍ୱିକାର

Zee News
0 37

ବଲିଉଡରେ ଏବେ ଚାଲିଛି ପ୍ରେମ ଋତୁ । ଆଜି କାଲି ଅନେକ ସେଲିବ୍ରିଟି ପବ୍ଲିକରେ ଆସି ନିଜ ପ୍ରେମ କଥା ସ୍ୱିକାର କରିବାକୁ ପଛାଉ ନାହାଁନ୍ତି। ସେମିତି ହିଁ ଜଣେ କପଲ୍ ଏବେ ନ୍ୟାସନାଲ୍ ଟେଲିଭିଜନରେ ନିଜ ଭଲପାଇବାକୁ ସ୍ୱିକାର କରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଲେ ପପୁଲାର୍ କଣ୍ଠଶିଳ୍ପୀ ନେହା କକ୍କର୍ ଓ ଅଭିନେତା ହିମାଂଶ କୋହଲି ।

ଜାତୀୟ ଗଣମାଧ୍ୟମରେ ନିଜ ପ୍ରେମ ସମ୍ପର୍କ କଥା ସ୍ୱିକାର କରିଛନ୍ତି ଅଭିନେତା ହିମାଂଶ କୋହଲି । ନିଜ ବନ୍ଧୁ ନେହା କକ୍କରଙ୍କୁ ପସନ୍ଦ କରୁଥିବା ସ୍ୱିକାର କରିଛନ୍ତି ଏହି କ୍ୟୁଟ୍ ଆକ୍ଟର୍ । ନିକଟରେ ରିୟାଲିଟି ଶୋ ‘ହାଇ ଫିବର୍ ଡ୍ୟାନ୍ସ କା ନୟା ତେବର୍’ରେ ଗେଷ୍ଟ ଜଜ୍ ହୋଇ ଯାଇଥିବାବେଳେ ହିମାଂଶ ଓ ନେହାଙ୍କ ଏହି ସମ୍ପର୍କର ଖୁଲାସା ହୋଇ ଯାଇଛି । ମଂଚ ଉପରେ ଦୁହିଁଙ୍କ ରୋମାଂଟିକ୍ ଅନ୍ଦାଜ ବି ଖୁବ ଦେଖିବାକୁ ମିଳିଥିଲା ।

 

ଏହି ଯୋଡିଙ୍କୁ ନେଇ ଗତ କିଛି ଦିନ ତଳେ ମୁକ୍ତିଲାଭ କରିଥିଲା ରୋମାଂଟିକ୍ ଗୀତ ‘ଓ ହମ୍ସଫର୍’ । ନେହା କକ୍କର୍ ଏହି ଭିଡିଓରେ ହିଂମାଶଙ୍କ ନାୟିକା ଭାବେ ଆସିଥିଲେ ନଜର । ଗୀତର ସୁଟିଂ ବେଶ ଦୁହିଁଙ୍କ ଭିତରେ ଅନେକ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ସୋସିଆଲ୍ ମିଡିଆରେ ବି ଦେଖିବାକୁ ମିଳିଲା ଏକାଧିକ ଫଟୋଗ୍ରାଫ୍ସ । ଗୀତଟି ରିଲିଜ୍ ହେଲା ପରେ ଗଣମାଧ୍ୟମ ଏମାନଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ପଚାରିଲା । ହେଲେ ଆମେ ଭଲ ବନ୍ଧୁ କହି ଏହି ସବୁ ପ୍ରଶ୍ନକୁ ଏଡାଇ ଯାଉଥିଲେ ଏହି ଯୋଡି । ହେଲେ ଏବେ ଜାତୀୟ ଗଣମାଧ୍ୟମରେ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି ଏମାନେ ।


ନେହା କକ୍କର୍ ବଲିଉଡର ଜଣେ ଲୋକପ୍ରିୟ ଗାୟିକା ହୋଇଥିବାବେଳେ ଅଭିନେତା ହିମାଂଶ କୋହଲି ଚଳଚ୍ଚିତ୍ର ୟାରିୟାଁ ଜରିଆରେ ଆରମ୍ଭ କରିଥିଲେ ନିଜ ଅଭିନୟ ସଫର୍ । ଆଉ ବଲିଉଡରେ ବି ଜାରି ରହିଛି ତାଙ୍କ ଅଭିନୟ ଯାତ୍ରା । ଏବେ ପରସ୍ପରକୁ ଡେଟ୍ କରୁଥିବା ନେଇ ମଧ୍ୟ ସ୍ୱିକାର କରିଛନ୍ତି ଏହି ଯୋଡି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More