Only for Entertainment

ଫ୍ୟାନ୍ସଙ୍କୁ ନିଜର ବେଷ୍ଟ ଆଚିଭମେଂଟ ସହିତ ଏହା କହିଲେ ନେହା କକ୍କର । ହଠାତ କାହିଁକି ଏପରି ନେହାଙ୍କ ପ୍ରତିକ୍ରିୟା?

instagram
0 36

ଆଜିର ସମୟରେ ଜଣେ ୟଙ୍ଗ ଭାବରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି ନେହା କକ୍କର । ତାଙ୍କର ସୁମଧୁର କଣ୍ଠରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ମିଲେ ହୋ ତୁମ ହମକୋ,ମେରେ ତୋ ସାରେ ସବେରେ ଭଳି ମନଛୁଆଁ ଗୀତ ସାଜିଛି ଦର୍ଶକଙ୍କ ହ୍ୟାଲୋଟ୍ୟୁନ । ଯେଉଁଥିପାଇଁ ଖୁବ ଗର୍ବ ଅନୁଭବ କରୁଛନ୍ତି ନେହା ।

ସବୁଠାରୁ ଗୂରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଷ୍ଟେଜରେ ଦିନେ ସିଏ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ ସେହି ଷ୍ଟେଜରେ ସେ ଆଜି ଜଜ । ଯାହା ନିହାତି ଭାବରେ ଖୁବ ଚମତ୍କାର । ତେବେ ଆଜି ନେହା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ କିଛି ଏଭଳି ଲେଖିଛନ୍ତି ଯାହାକୁ ପଢିଲେ ଆପଣଙ୍କ ମନ ମଧ୍ୟ ଆନନ୍ଦରେ ଭରିଯିବ ।

ବାସ୍ତବରେ ସେ ଲେଖିଛନ୍ତିଯେ ଯଦିଓ ମୁଁ କୌଣସି ବିଗ ମାଗାଜିନର କଭର ଫଟୋରେ ନାହିଁ,ଯଦିଓ ବଡ଼ ପୁରସ୍କାର ପାଇନାହିଁ ଏବଂ ଯଦିଓ ମୁଁ ଇଣ୍ଡଷ୍ଟ୍ରିକୁ କିଛି ଦେଇଛି ବୋଲି କେହି ସ୍ୱୀକାର କରୁନାହାଁନ୍ତି, ତଥାପି ମୁଁ କୋଟି କୋଟି ଦର୍ଶକଙ୍କ ହୃଦୟକୁ ଜିତି ପାରିଛି । ଅନ୍ୟର ବିନା ସହାୟତାରେ ମୁଁ ଏସବୁ ପାଇପାରିଛି । ତେଣୁ ମୁଁ ମୋ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛିଯେ ସେ ମୋତେ ସବୁଠାରୁ ଅଧିକ ଜନପ୍ରିୟ ଆର୍ଟିଷ୍ଟ କରିଛନ୍ତି । ଏହା ମଧ୍ୟ କହିପାରିବିଯେ ମୋର ବେଶ ଅଧିକ ଫଲୋର୍ସ ଅଛନ୍ତି । ଏହା ସହିତ ସେ ଭଗବାନ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More