Only for Entertainment

ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି ନେହା କକ୍କର? ସାମ୍ନାକୁ ଆସିଲା ଫ୍ୟାମିଲି ଫଟୋ

hindirush
201

ବଲିଉଡରେ ନିଜ କଂଠ ସ୍ୱରରେ କୋଟି କୋଟି ଲୋକଙ୍କୁ ଦିୱାନା କରିଥିବା ନେହା କକ୍କରଙ୍କ ବିବାହକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ନେହାଙ୍କ ବିବାହ କଥା ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କହିରଖୁଛୁ ଏବେ ନେହା ସିଙ୍ଗିଙ୍ଗ୍ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ ୧୧’ରେ ବିଚାରକ ଭାବରେ ନଜର ଆସୁଛନ୍ତି । ଶୋ’ରେ ପୁଅଘର ଲୋକ ନେହାଙ୍କୁ ବୋହୁ ବୋଲି ମାନି ସାରିଲେଣି ।

ଯେତେବେଳେ ଇଣ୍ଡିଆନ ଆଇଡଲ ୧୧ ସେଟରେ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ବାପା ଉଦିତ ନାରାୟଣ ଓ ଆଦିତ୍ୟଙ୍କ ମା ପହଂଚିଲେ ସେଠାରେ କିଛି ନୂଆ ଦେଖିବାକୁ ମିଳିଲା । ଶୋ’ରେ ଆଗାମୀ ଏପିସୋଡରେ ଆପଣ ଦେଖିବେଯେ ଉଦିତ ନାରାୟଣ କିଭଳି ପୁଅ ଆଦିତ୍ୟ ଏବଂ ନେହାଙ୍କ ନାମକୁ ନେଇ ଚିଡ଼ାଉ ଥିବାର ନଜର ଆସିବେ । ଉଦିତ ନାରାୟଣ ଆଶ୍ଚର୍ଯ୍ୟ କଲାଭଳି କଥା କହି ସମସ୍ତଙ୍କ ଚମକାଇ ଦେବେ ।

ଶୋ’ରେ ଉଦିତ କହିବେଯେ ସେ ଆରମ୍ଭରୁ ଏହି ଶୋ’କୁ ଦେଖୁଛନ୍ତି, କାରଣ ଏଠାରେ ଖୁବ ଟ୍ୟାଲେଂଟେଡ ପ୍ରତିଭା ଅଛନ୍ତି ଓ ଏହା ସହିତ ସେ ନେହା କକ୍କରଙ୍କୁ ବୋହୁ କରିବା ପାଇଁ ଚାହାଁନ୍ତି । କେବଳ ସେତିକି ନୁହେଁ ମିଳିଥିବା ଖବର ଅନୁସାରେ ନେହାଙ୍କୁ ଘରର ବୋହୁ କରିବା ପାଇଁ ଚାହୁଁଛନ୍ତି ଉଦିତଙ୍କ ପତ୍ନୀ ଦୀପା । ତେବେ ବିବାହ କଥା ଶୁଣି ଆଦିତ୍ୟ ମଧ୍ୟ ଖୁସି ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More