Only for Entertainment

ନେହାଙ୍କ ଗୀତରେ ତାଙ୍କ ବାପା ମା’ଙ୍କ ଜଲୱା, କିସ କରୁଥିବାର ଭିଡ଼ିଓ ଭାଇରାଲ

bollywood tadka
75

ବଲିଉଡ ସିଙ୍ଗର ନେହା କକ୍କର ନିଜ ଗୀତ ଏବଂ ବିନ୍ଦାସ ଅନ୍ଦାଜ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନେହାଙ୍କ ସହିତ ଭାଇ ଟୋନି କକ୍କରଙ୍କ ଜଲୱା କିଛି କମ ନୁହେଁ । ବଲିଉଡରେ ଏବେ ଏହି ଦୁଇ ଭାଇ ଭଉଣୀ ରାଜ୍ କରୁଛନ୍ତି କହିଲେ ଭୁଲ ହେବ ନାହିଁ । ନେହା ଗୀତ ଗାଇବା ସହିତ ଡ୍ୟାନ୍ସ କରିବାର କଳାକୁ ଯେମିତି ଭାଗ୍ୟ ଠାରୁ ଛଡ଼ାଇ ଆଣିଛନ୍ତି । ସେଥିପାଇଁ ମନ ଦୁଃଖରେ ଥିବା ବ୍ୟକ୍ତି ଯଦି ନେହାଙ୍କ ଗୀତ ଗାଇବାର ଏକ ଭିଡ଼ିଓ ଦେଖିଦେବ ତେବେ ତତକ୍ଷଣାତ୍ ମୁଡ ଫ୍ରେଶ ହୋଇଯିବ । କିନ୍ତୁ ଆଜି ଆମେ ନେହା ନୁହେଁ ବରଂ ନେହାଙ୍କ ବାପା ଏବଂ ମା’ଙ୍କର ଏକ ଭିଡ଼ିଓ ବିଷୟରେ କହିବୁ, ଯାହାକୁ ଦେଖିଲେ ଆପଣ ନିହାତି ଭାବରେ ବାଃ ବାଃ ନ କରି ରହିପାରିବେ ନାହିଁ ।

 

ନିକଟରେ ନେହା ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କ ମା ଏବଂ ବାପା ଲଣ୍ଡନରେ ତାଙ୍କ ଗୀତରେ ଡ୍ୟାନ୍ସ କରି ଝୁମୁଥିବାର ନଜର ଆସିଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଗୀତ ଶେଷରେ ନେହାଙ୍କ ମା ନେହାଙ୍କ ବାପାଙ୍କୁ କିସ କରି ଦେଉଛନ୍ତି, ଯାହା ନିହାତି ଭାବରେ ଖୁବ ମନମୋହକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More