Only for Entertainment

ନେହା କକ୍କରଙ୍କ ଗାଉନ ପାଇଁ ଲଢିଲେ ‘ରୋବର୍ଟ’, ଫ୍ଲାଇଙ୍ଗ କିସ ଦେଇ ଉଡାଇଲେ ହୋଶ୍… ଦେଖନ୍ତୁ ଭିଡିଓ ।

khabarNDTV
0 56

ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କର ସବୁବେଳେ ନିଜ ମସ୍ତିଭରା ଅନ୍ଦାଜରୁ ଦେଖିବାକୁ ମିଳେ । ନେହା କିଛି ଦିନ ହେବ ଆମେରିକାର ୟୁନିଭର୍ସାଲ ଷ୍ଟୁଡିଓଜ ହଲିଉଡରେ ବୁଲୁଥିବାର ଦେଖାଯାଇଥିଲେ । ସେ ନିଜ ଅଫିସିଅଲ ଅକାଉଂଟରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ୟୁନିଭର୍ସାଲ ଷ୍ଟୁଡିଓ ହଲିଉଡରେ ମସ୍ତି କରୁଥିବାର ନଜର ଆସିଛନ୍ତି ।

ସବୁବେଳେ ହସମସ୍ତି କରୁଥିବା ନେହା କକ୍କର ଏହି ମଉକାରେ ‘ଟ୍ରାନ୍ସଫର୍ମର୍ସ’ଙ୍କ ସହ ମଧ୍ୟ ମସ୍ତି କରୁଥିବାର ନଜର ଆସିଥିଲେ । ଭିଡିଓରେ ଯେଉଁଭଳି ଦେଖିବାକୁ ମିଳିଛି ରୋବର୍ଟ ଯେମିତି ବାହାରକୁ ଆସିଛନ୍ତି ଲୋକମାନେ ସୁଟିଂ କରିବା ଆରମ୍ଭ କରି ଦେଇଛନ୍ତି ଏବଂ ସେହି ସମୟରେ ନେହା ପହଂଚି ଯାଇଛନ୍ତି । ପ୍ରଥମେ ନେହା ରୋବର୍ଟଙ୍କ ସହ ଡ୍ୟାନ୍ସ କରିବାରେ ଲାଗିଛନ୍ତି ଏବଂ ଏହାପରେ ସେ ନିଜର ଗାଉନ ଉଚ୍ଛାରି ରୋବର୍ଟ ହାତକୁ ଦେଇ ଦେଉଛନ୍ତି ।

ସାମ୍ନାରେ ଛିଡା ହୋଇଥିବା ଆଉ ଏକ ରୋବର୍ଟ ନେହାଙ୍କ ଗାଉନ ଛଡାଇବାକୁ ଲାଗିଛନ୍ତି । ଏହାକୁ ନେଇ ଦୁହେଁ ରୋବର୍ଟ ନିଜ ଭିତରେ ଝଗଡା ହେବା ଆରମ୍ଭ କରିଦେଇଥିଲେ । ଏହାପରେ ଏକ ରୋବର୍ଟ ନେହାଙ୍କୁ ପଛରୁ ଉଠାଇବା ଲାଗି ପ୍ରୟାସ କରୁଛନ୍ତି । ଯାହା ଦେଖି ନେହା ଭୟଭୀତ ହୋଇ ପଡିଥିଲେ । ଶେଷରେ ନେହା ଫ୍ଲାଇଂ କିସ ଦେଇ ସଭିଁଙ୍କୁ ହୋସ ଉଡାଇ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More