Only for Entertainment

ରିଆଲିଟି ଶୋ’ରେ କାନ୍ଦିବାରୁ ନେହାଙ୍କର ସୋସିଆଲ ମିଡିଆରେ ଉଡ଼ିଲା ମଜାକ, ବଏଫ୍ରେଣ୍ଡ ହିମାଂଶ ଦେଲେ ସାଥ ।

India Forums
0 82

ବଲିଉଡ ସିଙ୍ଗର ନେହା କକ୍କର ଏବେ ସିଙ୍ଗିଙ୍ଗ ରିଆଲିଟି ଶୋ ଇଣ୍ଡିଆନ ଆଇଡଲରେ ଜଜ ଭାବେ ନଜର ଆସୁଛନ୍ତି । ତାଙ୍କ ସହିତ ଏହି ଶୋ’ରେ ଅନୁ ମଲ୍ଲିକ ଓ ବିଶାଲ ଡଡଲାନି ମଧ୍ୟ ନଜର ଆସୁଛନ୍ତି । କିନ୍ତୁ ନେହା କ୍କର ତାଙ୍କ ଇମୋନାଲ ରିଆକ୍ସନ କାରଣରୁ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କର ଶୀକାର ହୋଇଛନ୍ତି ।

 

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯଦି କେହି କାହାର ଭାବନାକୁ ସମ୍ମାନ କରୁଛି ତେବେ ଲୋକ ତାହା ବୁଝିପାରୁ ନାହାଁନ୍ତି ଏବଂ ଟ୍ରୋଲ କରିବା ଆରମ୍ଭ କରି ଦେଉଛନ୍ତି । ସେହିପରି ନେହାଙ୍କ ଭାବନା ସହିତ ମଧ୍ୟ ଟ୍ରୋଲର୍ସ ସେହିଭଳି କରୁଛନ୍ତି । କିନ୍ତୁ ତାଙ୍କ ସାଥ ଛାଡ଼ି ନାହାଁନ୍ତି ବଏଫ୍ରେଣ୍ଡ ହିମାଂଶ କୋହଲି । ସେ ସୋସିଆଲ ମିଡିଆରେ ଏହାକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି । ହିମାଂଶ କହିଛନ୍ତିଯେ ନିଜେ କୌଣସି ଜିନିଷକୁ ସମର୍ଥନ କରୁନାହାଁନ୍ତି କିନ୍ତୁ ଯଦି କେହି କରଉଛି ତେବେ ତାଙ୍କୁ ଟ୍ରେଲ କରାଯାଉଛି । ଏଳଭି କରିବା ଅନୁଚିତ । ଏହା ସହିତ ନେହା ଖୁବ କଷ୍ଟ କରି ଏତେ ସଫଳ ହୋଇ ପାରିଛନ୍ତି ତାହା ମଧ୍ୟ କହିଛନ୍ତି । ତେବେ କାହାକୁ ଖାତିର ନ କରିବା ପାଇଁ ମଧ୍ୟ ସେ କହିଛନ୍ତି । କାରଣ ସଫଳତା ପାଇବା ପାଇଁ ସେ ଖୁବ ଦୁଃଖ କଷ୍ଟରେ ବଂଚିଛନ୍ତି । ଏହା ସହିତ ଟ୍ରୋଲର୍ସଙ୍କୁ ଜୋକର ବୋଲି ସମ୍ବୋଦ୍ଧନ କରିଛନ୍ତି ହିମାଂଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More