ବିଗବସ ୧୨ରେ ଅନୁପ ଜସଲିନଙ୍କ ରୋମାନ୍ସକୁ ଟକ୍କର ଦେବା ପାଇଁ ଯଦି କେହି ଅଛି ସେ ହେଉଛନ୍ତି ନେହା ପେଣ୍ଡସେ । ନେହା ନିଜ ପୋଲ ଡ୍ୟାନ୍ସରେ ଘରେ ଧୁମ ମଚାଇ ଦେଇଛନ୍ତି । ନିକଟରେ ବିଗ ବସ ଫ୍ୟାନ ପେଜରେ ଏକ ଭିଡ଼ିଓ ସେୟାର କରାଯାଇଛଇ ଯେଉଁଥିରେ ନେହା ପୋଲ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।
କହିରଖୁଛୁଯେ ବିଗ ବସ ପ୍ରତିଯୋଗୀ ସୁନ୍ଦରୀ ନେହା ପେଣ୍ଡସେ ଜଣେ ଭଲ ପୋଲ ଡ୍ୟାନ୍ସର । ଅଧିକାଂଶ ସମୟରେ ସେ ତାଙ୍କ ପୋଲ ଡ୍ୟାନ୍ସକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏହା ମଧ୍ୟ କୁହାଯାଉଛିଯେ ଯେତେବେଳେ ତାଙ୍କ ଟିଭି ଶୋ ପାଇଁ ତାଙ୍କୁ ଓଜନ କମ କରିବାକୁ କୁହାଯାଇଥିଲା ସେ ପୋଲ ଡ୍ୟାନ୍ସର ସାହାଯ୍ୟ ନେଇଥିଲେ ।
ଶୋ ଆରମ୍ଭରୁ ଜଣା ପଡ଼ୁଥିଲାଯେ ନେହାଙ୍କୁ ନିଶ୍ଚିତ ଭାବରେ ପୋଲ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ । ଦର୍ଶକଙ୍କ ଏହି ଆଶା ନିହାତି ଭାବରେ ପୂରଣ ହୋଇଛି ।