Only for Entertainment

ମୋଟା ବଏଫ୍ରେଣ୍ଡ ପାଇଁ ଟ୍ରୋଲ ହେଲେ ନେହା ପେଣ୍ଡସେ

aajtak
113

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଏବଂ ବିଗବସରେ ନଜର ଆସିଥିବା ନେହା ପେଣ୍ଡସେ ‘ମେ ଆଇ କମ ଇନ ମ୍ୟାଡାମ’ କମେଡ଼ି ଶୋ ମାଧ୍ୟମରେ ପ୍ରତି ଘରେ ଘରେ ପରିଚିତ ହୋଇଥିଲେ । ଖବର ଅନୁସାରେ ସେ ତାଙ୍କ ଲଙ୍ଗ ଟାଇମ ବଏଫ୍ରେଣ୍ଡ ଶାର୍ତୁଲ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟ ଅତୀତରେ ସେ ତାଙ୍କ ବଏଫ୍ରେଣ୍ଡ ସହିତ ଫଟୋ ଶେୟାର କରି ଫ୍ୟାନ୍ସଙ୍କ ସହିତ ଇଂଟ୍ରୋଡ୍ୟୁସ କରିଥିଲେ । କିନ୍ତୁ ଶାର୍ତୁଲଙ୍କ ଓଜନ ବୃଦ୍ଧି ଯୋଗୁଁ ନେହାଙ୍କୁ ଟ୍ରୋଲ କରୁଛନ୍ତି । ଏବେ ନେହା ଟ୍ରୋଲର୍ସଙ୍କୁ କଡ଼ା ଜୱାବ ଦେଇଛନ୍ତି ।

ବମ୍ବେ ଟାଇମ୍ସକୁ ଦେଇଥିବା ଇଂଟରଭ୍ୟୁରେ କହିଛନ୍ତିଯେ ଏହା ପୂର୍ବରୁ ମଧ୍ୟ ଏହିଭଳି ହୋଇଛି । ମୁଁ ମେ ଆଇ କମ ଇନ ମ୍ୟାଡାମ ସୁଟିଂ କରୁଥିବା ସମୟରେ ଓଜନ ବଢି ଯାଇଥିଲା ଏବଂ ମୋତେ କିଛି ଜଣ ଟ୍ରୋଲ କରିଥିଲେ । ଦର୍ଶକ ଭାବରେ କମେଂଟ କରିପାରିବେ, କିନ୍ତୁ ଟାର୍ଗେଟ କରିପାରିବେ ନାହିଁ । ଏହା ସହିତ ନେହା କହିଛନ୍ତି ହୋଇପାରେ କେହି ଫିଜିକଲ ବା ଅନ୍ୟ କୌଣସି ଶରୀର ଅସୁସ୍ଥତାକୁ ନେଇ ଚିନ୍ତାରେ ରହୁଥାଇପାରେ । ଏଭଳିକି ସେ ଏଂଟରଟେନମେଂଟ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ନାହାଁନ୍ତି, ତେଣୁ ତାଙ୍କ ଓଜନକୁ ନେଇ କମେଂଟ କରିବା ନିହାତି ନିନ୍ଦାଜନକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More