Only for Entertainment

ବର୍ଥଡେ ସ୍ପେଶାଲ: ନୀଲଙ୍କ ଡେବ୍ୟୁ ଫିଲ୍ମ ପରେ ତାଙ୍କ ବାପା ୬ମାସ କଥା ହୋଇନଥିଲେ, ଜାଣନ୍ତୁ ଏହାର କାରଣ !

26

ବଲିଉଡ ଅଭିନେତା ନୀଲ ନୀତିନ ମୁକେଶଙ୍କୁ ବଲିଉଡର ଚକଲେଟ ବୟ କୁହାଯାଏ । ଯଦିଓ ଏହି ଚକଲେଟି ବୟ ଅଧିକାଂଶ ନେଗେଟିଭ ରୋଲ ତୁଲାନ୍ତି, ମାତ୍ର ସେ ହୃଦୟରୁ ଖୁବ ଶାନ୍ତ ଏବଂ ସରଳ ସ୍ୱଭାବର । ସେ ଗୋଲମାଲ ଅଗେନ, ପ୍ରେମ ରତନ ଧନ ପାୟୋ, ବଜୀର ଏବଂ ପ୍ଲେୟର୍ସ ଭଳି ଫିଲ୍ମରେ କାମ କରିଛନ୍ତି । ନୀଲଙ୍କ ବାପା ନୀତିନ ମୁକେଶ ଅଟନ୍ତି ଏବଂ ତାଙ୍କ ଜେଜେ ମୁକେଶ ଅଟନ୍ତି । ଦୁହେଁ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ଅଟନ୍ତି । ୧୫ଜାନୁୟାରୀ ତଥା ୧୯୮୨ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ନୀଲ ନୀତିନ ମୁକେଶ ଏବଂ ନିଜ ବାପା ଏବଂ ଜେଜେଙ୍କ ନାଁରେ ନିଜ ନାଁ ରହିଛି । ତାଙ୍କ ନାଁ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ରଖିଥିଲେ । ଖବର ମୁତାବକ ଲତା ଏହି ନାଁ ପ୍ରସିଦ୍ଧ ଆମେରିକାନ ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଏହି ନାଁ ରଖାଯାଇଥିଲା । ନୀଲ ପିଲାଦିନରୁ ହିଁ ପରଦାରେ ଏଂଟ୍ରି କରିଥିଲେ । ସେ ବିଜୟ ଏବଂ ଜୈସୀ କରନି ବୈସୀ ଭରନୀରୁ ହିଁ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

ନୀଲ ୨୦୦୭ରେ ସୀତାରାମ ରାଘବନ ଏବଂ ଜନି ଗଦ୍ଦାର ଭଳି ଫିଲ୍ମରୁ ହିଁ ଡେବ୍ୟୁ କରିଥିଲେ ଏବଂ ଫିଲ୍ମ ବେଷ୍ଟ ମେଲ ଡେବ୍ୟୁ ପାଇଁ ନୋମିନେଟ ହୋଇଥିଲା ।

ଯେତେବେଳ ନୀଲଙ୍କ ବାପାଙ୍କୁ ଜଣା ପଡିଥିଲା ତାଙ୍କ ପୁଅ ନିଜ ପ୍ରଥମ ଫିଲ୍ମରେ ହିଁ ଖଳନାୟକ ଭୂମିକା ତୁଲାଉଛନ୍ତି, ନୀଲଙ୍କ ସହ ୬ମାସ ପର୍ଯ୍ୟନ୍ତ କଥା ହେବା ବନ୍ଦ କରିଦେଇଥିଲେ । ତାଙ୍କର ମତ ଅନୁସାରେ ଖଳନାୟକ ଭୂମିକା କରି ପରିବାରର ଏତେ ନାଁ ଯଶକୁ ନୀଲ ଖରାପ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More