Only for Entertainment

Daughter’s Day ରେ ନିଲ ନିତିନ ମୁକେଶ ଦେଖାଇଲେ ଝିଅ ନୁରଭି ର ପ୍ରଥମ ଝଲକ, ଜାଣନ୍ତୁ କ’ଣ ରହିଛି ନାଁର ଅର୍ଥ ।

IBTimes India
0 77

ଡଟର୍ସ ଡେ’ ଅବସରରେ ବଲିଉଡ ଅଭିନେତା ନିଲ ନିତିନ ମୁକେଶ ଝିଅର ପ୍ରଥମ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଶନିବାର ଦିନ ଏହି ଅଭିନେତା ଟ୍ୱିଟ କରି ଝିଅର ନାମ ଖୁଲାସା କରିଥିଲେ । ନିଲ ଝିଅର ନାମ ନୁରଭି ନିଲ ମୁକେଶ ରଖିଛନ୍ତି । ନିକଟରେ ନିଲଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ନିଲଙ୍କ କୋଳରେ ଝିଅ ନୁରଭିଙ୍କୁ ଦେଖିବାକୁ ମିଳିଛି ।

 

କହିରଖୁଛୁ ଯେ ନୁରଭି ନାମରେ ନିଲ ଏବଂ ତାଙ୍କ ପତ୍ନୀଙ୍କ ନାମର ଅକ୍ଷର ରହିଛି । ଏହି ନାମର ଅର୍ଥ ହେଉଛି ସୁଗନ୍ଧିତ ଫୁଲ । ଅନେକ ସ୍ଥାନରେ ନୁରଭିର ଅର୍ଥ ଅନମୋଲ ବୋଲି ମଧ୍ୟ କୁହାଯାଇଛି ।

 

ଏହା ପୂର୍ବରୁ ନିଲ ସୋସିଆଲ ମିଡିଆରେ ଝିଅ ନୁରଭି ଜନ୍ମହେବାର ଖବର ଦେଇଥିଲେ । ସେ ଲେଖିଥିଲେ ରକ୍ମଣୀ ଏବଂ ମୁଁ ଝିଅ ନୁରଭିର ଜନ୍ମହେବାର ଘୋଷଣା କରି ନିଜକୁ ଗୌରବାନ୍ୱିତ ଅନୁଭବ କରୁଛୁ । ପୁରା ମୁକେଶ ପରିବାର ନୁରଭିଙ୍କ ଜନ୍ମକୁ ନେଇ ଉତ୍ସାହିତ ଅଛନ୍ତି ।

 

 

କହିରଖୁଛୁ ଯେ ନିଲଙ୍କ ପତ୍ନୀ ରୁକ୍ମଣୀ ଗୁରୁବାର ମୁମ୍ବାଇର କ୍ୟାଣ୍ଡି ହସ୍ପିଟାଲରେ ନୁରଭିଙ୍କୁ ଜନ୍ମଦେଇଥିଲେ । ନିଲ ଏବଂ ରୁକ୍ମଣୀ ୨୦୧୭ରେ ଆରେଞ୍ଜ ମ୍ୟାରେଜ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More