Only for Entertainment

ରିଲିଜ ହେଲା ସାହୋ ଫିଲ୍ମ ନୂଆ ପୋଷ୍ଟର, ଦେଖିବାକୁ ମିଳିଲା ନୀଲ ନୀତିନଙ୍କ ଜବରଦସ୍ତ ଅନ୍ଦାଜ !

56

ବାହୁବଳୀ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସାହୋ’କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । କିଛି ଦିନରୁ ଫିଲ୍ମର ରିଲିଜ ଡେଟକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ମାତ୍ର ଏହି ଫିଲ୍ମର ରିଲିଜ ଡେଟ ସ୍ପଷ୍ଟ ହୋଇଯାଇଛି । ଏହା ୩୦ଅଗଷ୍ଟରେ ରିଲିଜ ହେବ । ଏବେ ମେକର୍ସ ଫିଲ୍ମର ଆଉ ଏକ ପୋଷ୍ଟର ରିଲିଜ  କରିଛନ୍ତି ।


ଯେଉଁଥିରେ ନୀଲ ନୀତିନଙ୍କ ଜବରଦସ୍ତ ଲୁକ ଦେଖିବାକୁ ମିଳିଛିି । ତେବେ ଫିଲ୍ମରେ ନୀଲ ନେଗେଟିଭ ଭୂମିକାରେ ନଜର ଆସିବେ ।ତେବେ ଏଠାରେ ଆମେ କହୀ ରଖୁଛୁ ଯେ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ , ତାମିଲ ଏବଂ ମଲାୟାଲାମରେ ରିଲିଜ ହୋଇଛି ।

କହିରଖୁଛୁ ଯେ, ଫିଲ୍ମ ପ୍ରଥମେ ୧୫ ଅଗଷ୍ଟରେ ରିଲିଜ ହେବ ବୋଲି ଖବର ଆସିଥିଲା । ଏବେ ବକ୍ସ ଅଫିସକୁ ନଜରରେ ରଖି ମେକର୍ସ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More