Only for Entertainment

ସାଇକେଲରେ ରେଳ ଧାରଣା ପାର ହେଉଥିଲେ ବ୍ୟକ୍ତି, ହଠାତ ଆସିଲା ଟ୍ରେନ ! ଜାଣନ୍ତୁ ତା’ପରେ କ’ଣ ହେଲା ।

ndtv
23

ନେଦରଲାଣ୍ଡରେ ଏପରି କିଛି ହୋଇଛି ଯାହାକୁ ଦେଖିଲେ ଆପଣଙ୍କର ହୋଶ ଉଡିଯିବ । ଜଣେ ବ୍ୟକ୍ତି କପରି ମୃତ୍ୟୁ ମୁହଁରୁ ବଞ୍ଚିଛନ୍ତି ତାହାକୁ ଦେଖିଲେ ନିଶ୍ଚିତ ଭାବେ ଆପଣ କିଛି ସମୟ ପାଇଁ ଅବାକ ହୋଇଯିବେ । ରେଳ ଧାରାଣାରେ ଜଣେ ବ୍ୟକ୍ତି ସାଇକେଲ ନେଇ ଆସୁଥିବା ବେଳେ ଟ୍ରେନ ଆସୁଛି ବୋଲି ଧ୍ୟାନ ଦେଇନଥିଲେ । ରେଳ ଧାରଣା ପାର ହେବା ସମୟରେ ହଠାତ ଟ୍ରେନ ଆସି ତାଙ୍କ ପାଖରେ ପହଁଚିବା ବେଳକୁ ସେ ଖୁବ ଶୀଘ୍ର ସାଇକେଲ ଚଲାଇ ରେଳ ଧାରଣାକୁ ପାର କରି ନିଜ ଜୀବନକୁ ନିଶ୍ଚିତ ମୃତ୍ୟୁରୁ ବଂଚାଇଥିଲେ । ଯଦି ଆଉ କିଛି ସମୟ ଡେରି ହୋଇଥାନ୍ତା ତେବେ ତାଙ୍କୁ ଜୀବନ ହାରିବାକୁ ପଡିଥାନ୍ତା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଖବର ଅନୁସାରେ ଏହି ଘଟଣା ନେଦରଲାଣ୍ଡର ଗଲିନ ସହରରେ ହୋଇଥିଲା । ବ୍ୟକ୍ତି ଜଣଙ୍କ ଲେବଲ କ୍ରସିଂ ନିକଟରେ ସାଇକେଲ ନେଇ ପହଁଚିଥିଲେ ଏବଂ ଟ୍ରେନ ପାସ ହେବାକୁ ଅପେକ୍ଷା କରିଥିଲେ । ଟ୍ରେନ ପାସ ହେବା ପରେ ସେ ସାଇକେଲ ନେଇ ରେଳ ଧାରଣା କ୍ରସ କରିବା ପାଇଁ ଯାଇଥିଲେ କିନ୍ତୁ ବିପରିତ ଦିଗରୁ ଆଉ ଏକ ଟ୍ରେନ ଆସୁଛି ବୋଲି ତାଙ୍କ ନଜର ନଥିଲା । ୟୁଟ୍ୟୁବରେ ଏହି ଭିଡିଓକୁ ୮ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More