Only for Entertainment

ପ୍ରଥମ ଡେଟରେ ଯାଉଛନ୍ତି କି ? ଭୁଲରେ ପଚାରନ୍ତୁ ନାହିଁ ଏହି ୫ଟି ପ୍ରଶ୍ନ ।

India
0 52

ପ୍ରଥମ ଡେଟ ସମସ୍ତଙ୍କ ପାଇଁ ଖାସ ରହିଥାଏ । ପ୍ରଥମ ଡେଟକୁ ସ୍ପେଶାଲ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ଯଦି ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି ତେବେ କିଛି କଥା ପ୍ରତି ଧ୍ୟାନ ଦେବା ଜରୁରୀ । ଆସନ୍ତୁ ଜାଣିବା କେଉଁ ସବୁ କଥା ପ୍ରଥମ ଡେଟରେ ଆଲୋଚନା କରିବା ଉଚିତ ନୁହେଁ ।

ମୁଁ କିପରି ଲାଗୁଛି-
ଯଦି ଆପଣ ପ୍ରଥମଥର ପାଇଁ କାହା ସହିତ ଡେଟରେ ଯାଇଛନ୍ତି ତେବେ ନିଜ ଡେଟଙ୍କୁ ଏହି ପ୍ରଶ୍ନ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏହା ଫଳରେ ଆପଣଙ୍କ ଡେଟର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମ ହୋଇପାରେ ।

କେତେ ରୋଜଗାର କରୁଛ-
ପ୍ରଥମ ଡେଟରେ ଭୁଲରେ ମଧ୍ୟ ପଇସା ସମ୍ବନ୍ଧୀୟ କୌଣସି ଆଲୋଚନା କରନ୍ତୁ ନାହିଁ । ଆପମ ତାଙ୍କୁ ପ୍ରଥମରୁ ଜାଣିଥିଲେ ବି ଏହି ପ୍ରଶ୍ନ ପ୍ରଥମ ଡେଟରେ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଡେଟକୁ ଲାଗିବ ଆପଣ କେବଳ ପଇସା ପ୍ରତି ଇଣ୍ଟରେଷ୍ଟ ଅଛନ୍ତି ତାଙ୍କ ପ୍ରତି ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆଗକୁ ବଢିବା ବଦଳରେ ଭାଙ୍ଗି ପାରେ ।

ଏହି ସମ୍ପର୍କକୁ କେଉଁ ପର୍ଯ୍ୟନ୍ତ ନେବାକୁ ଚାହୁଁଛ-
ପ୍ରଥମ ଡେଟରେ ଫ୍ୟୁଚର ପ୍ଲାନିଂ କରିବା ବଦଳରେ ଦୁହେଁ ପରସ୍ପରକୁ ବୁଝନ୍ତୁ । ପ୍ରଥମ ଡେଟରେ କାହାକୁ ମଧ୍ୟ ଫ୍ୟୁଚର ପ୍ଲାନିଂ କରିବା ପସନ୍ଦ ଆସିନଥାଏ ।

ସିଙ୍ଗଲ କ’ଣ ପାଇଁ ଅଛ-
ଏପରି କିଛି ପ୍ରଶ୍ନ ରହିଛି ଯାହା କୌଣସି ବ୍ୟକ୍ତିର ମୁଡକୁ ଖରାପ କରିପାରେ । ସେଥିମଧ୍ୟରୁ ଏହା ହେଉଛି ଗୋଟିଏ ପ୍ରଶ୍ନ । ତେଣୁ ପ୍ରଥମ ଡେଟରେ ଅତିତ କଥାକୁ ଆଲୋଚନା କରନ୍ତୁ ନାହିଁ ।

ଏକ୍ସ ସହିତ ବ୍ରେକଅପ କ’ଣ ପାଇଁ ହେଲା –
ଅଧିକାଂଶ ଲୋକଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟକୁ କହିବାକୁ ଠିକ ଲାଗିନଥାଏ । ତେଣୁ ପ୍ରଥମ ଡେଟରେ ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ କି ଆପଣଙ୍କ ବିଷୟରେ ସବୁ କୁହନ୍ତୁ ନାହିଁ । ଯଦି ପ୍ରଥମ ଡେଟରେ ଆପଣ ଆପଣଙ୍କ ବିଷୟରେ ସବୁ କହିଦେବେ ତେବେ ବ୍ୟକ୍ତିର ଇଣ୍ଟରେଷ୍ଟ ଆପଣଙ୍କ ଉପରେ କମି ଯାଇ ପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More