Only for Entertainment

ପ୍ରତ୍ୟେକଦିନ କରୁଥିବା ଏହି ସବୁ ଛୋଟ ଭୁଲ ପଡିପାରେ ମହଙ୍ଗା, ଜାଣି ରଖନ୍ତୁ କିଛି ବାସ୍ତୁ ଟିପ୍ସ

khoobsurati
56

ବାସ୍ତୁ ଅନୁସାରେ ଆମେ ଅଜାଣତରେ ଏପରି କିଛି ଭୁଲ କରିଥାଉ ଯାହା ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ଥର ଆମେ ପରିଶ୍ରମ କରିଥାଉ କିନ୍ତୁ ପରିଶ୍ରମ ଅନୁସାରେ ଫଳ ପାଇନଥାଉ । ଏହାର କାରଣ ହେଉଛି ଘରେ କରୁଥିବା ଛୋଟ ବଡ ଭୁଲ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସକୁ ପରିବର୍ତ୍ତନ କରିବା ଫଳରେ ବାସ୍ତୁ ଦୋଷ ଦୂର ହୋଇଥାଏ ।

କ୍ଷୀରକୁ ଖୋଲା ରଖନ୍ତୁ ନାହିଁ-
କ୍ଷୀର ଫୁଟାଇ ସାରିବା ପରେ ଏହାକୁ କେବେ ଖୋଲା ରଖନ୍ତୁ ନାହିଁ । କ୍ଷୀର ଥଣ୍ଡା ହେବା ପର୍ଯ୍ୟ ନ୍ତ ଏହାକୁ ଜାଲିରେ କଭର କରି ରଖନ୍ତୁ । ଏହା ପରେ ଘୋଡାଇ ରଖନ୍ତୁ ଯେପରି ଅଜଣା ଲୋକଙ୍କ ନଜର କ୍ଷୀର ଉପରେ ନପଡେ ।

ମନ୍ଦିରରେ ବାସି କିମ୍ବା ଝାଉଁଳି ଯାଇଥିବା ଫୁଲ ରଖନ୍ତୁ ନାହିଁ-
କିଛି ଲୋକ ଠାକୁର ପୂଜା କରିବା ସମୟରେ ବଗବାନଙ୍କୁ ଫୁଲ ଅର୍ପଣ କରିଥାନ୍ତି କିନ୍ତୁ ବାସୀ ଫୁଲକୁ ସେଟାରୁ ଉଠାଇବାକୁ ଭୁଲି ଯାଆନ୍ତି । ମନେ ରଖନ୍ତୁ ବାସୀ ଫୁଲ ଠାକୁରଙ୍କ ଆଗରେ ରହିବା ସବୁଠାରୁ ଅଶୁଭ ହୋଇଥାଏ । ସେଖିପାଇଁ ୩ ଘଣ୍ଟା ପରେ ଝାଉଁଳି ଯାଇଥିବା ଫୁଲ କାଢି ଦେଇ ବଦଳାନ୍ତୁ କିମ୍ବା ବାହାର କରି ଗଛ ମୂଳକୁ ଫିଙ୍ଗି ଦିଅନ୍ତୁ ।

ପକ୍ଷୀ ମାନଙ୍କ ପାଇଁ ଖାଇବା-
ଦିନରେ ଦୁଇଥର ଖାଇବା ପ୍ରସ୍ତୁତ କରିବା ସମୟରେ ପକ୍ଷୀମାନଙ୍କ ପାଇଁ ଖାଇବା ବାହାର କରନ୍ତୁ । ଏହା କରିବା ଦ୍ୱାରା ଘରର ରୋଷେଇ ଘରେ ଅଭାବ ଦେଖାଯାଇନଥାଏ ।

ଚପଲକୁ ଆଲମାରୀ କିମ୍ବା ରୋଷେଇ ଘର ପାଖରେ ରଖନ୍ତୁ ନାହିଁ-
ଘରର ଆଲମାରୀ କିମ୍ବା ରୋଷେଇ ଘର ପାଖରେ ଜୋତା ଚପଲକୁ ରଖନ୍ତୁ ନାହିଁ । ଏହି ଅଭ୍ୟାସ ଆପମଙ୍କ ପାଇଁ ଖୁବ ଖରାପ ହୋଇପାରେ । ଏହା ସହିତ ରୋଷେଇ ଘର ପାଖରେ ଜୋତା ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ।

ବାହାରେ ରଖନ୍ତୁ କଣ୍ଟା ଗଛ-
କୌଣସି ପ୍ରକାରର କଣ୍ଟା ଗଛ ଭୁଲରେ ମଧ୍ୟ ଘରେ ରଖନ୍ତୁ ନାହିଁ । ଏହାକୁ ଘରେ ରଖିବା ଦ୍ୱାରା ଘରର ପରିବେଶ ନେଗେଟିଭ ହୋଇଥାଏ । ଯଦି ଆପଣଙ୍କୁ ଏହି ପରି ଗଛ ପସନ୍ଦ ତେବେ ଏହାକୁ ଘର ବାହାରେ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More